fbpx

ବାଂଲାଦେଶରେ ଶରଣାର୍ଥୀଙ୍କ ଶିବିର ଉପରେ ଗୁଳିବର୍ଷା, ୭ ମୃତ

ନୂଆଦିଲ୍ଲୀ: ବାଂଲାଦେଶର ରୋହିଂଗ୍ୟା ଠାରେ ଶୁକ୍ରବାର ଦିନ ଗୁଳି ବର୍ଷଣ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଂଲାଦେଶ ପୋଲିସ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ ବାଂଲାଦେଶରେ ଦୁନିଆର ସବୁଠାରୁ ବଡ଼ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ରହିଛି । ଏଠାରେ ପାଖାପାଖି ୧୦ ଲକ୍ଷ ରୋହିଙ୍ଗ୍ୟା ବସବାସ କରିଥାନ୍ତି । ଏମାନେ ୨୦୧୭ ମସିହାରେ ମିଆଁମାର୍ ରୁ ପଳାୟନ କରି ଆସିଥିଲେ । ୨୦୧୭ ମସିହାରେ ମିଆଁମାର୍ ରେ ରୋହିଙ୍ଗ୍ୟାଙ୍କ ଉପରେ ଖୁବ୍ ହମଲାର ଶିକାର ହୋଇଥିଲେ । ଯାହାପରେ ରୋହିଙ୍ଗ୍ୟା ମୁସଲମାନ ମାନେ ସେଠାରୁ ପଳାୟନ କରିଥିଲେ ଓ ବାଂଲାଦେଶରେ ଆସି ଶରଣାର୍ଥୀ ଭାବରେ ଜୀବନଯାପନ କରୁଛନ୍ତି ।

Get real time updates directly on you device, subscribe now.