ମହିଳା ଟି-20 ବିଶ୍ୱକପ: ଲଢେଇ କରି ହାରିଲା ଭାରତ, ଫାଇନାଲରେ ଅଷ୍ଟ୍ରେଲିଆ

ଆଇସିସି ଟି -୨୦ ମହିଳା ବିଶ୍ୱକପ ୨୦୨୩ ର ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଭାରତକୁ ୫ ରନରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ଦଳ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ଟାଇଟଲ ମ୍ୟାଚରେ ଇଂଲଣ୍ଡ କିମ୍ବା ଦକ୍ଷିଣ ଆଫ୍ରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।

ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୮ ୱିକେଟ୍ ହରାଇ ମାତ୍ର ୧୬୭ ରନ୍ ସ୍କୋର କରି ବିଜୟଠାରୁ ମାତ୍ର ୫ ରନ୍ ଦୂରରେ ରହିଯାଇଥିଲା। ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମାନପ୍ରୀତ କୌର ଦ୍ରୁତ ପଚାଶ ସ୍କୋର କରିଥିଲେ। ସେ ୩୪ ବଲରେ ୫୨ ରନର ଇନିଂସ ଖେଳିଥିଲେ। ସେହିପରି ଜେମିମା ରୋଡ୍ରିଗେଜ୍ ୨୪ ବଲରେ ୪୩ ରନ୍ ସଂଗ୍ରହ କରିଥିଲେ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୪ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା। ଦଳ ପାଇଁ ୩୭ ଟି ବଲରେ ବେଥ୍ ମୋୖନି ୫୪ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ମେଗ ଲାନିଙ୍ଗ ୪୯ ଏବଂ ଆଶଲି ଗାର୍ଡନର୍ ୩୧ ରନ୍ ସ୍କୋର କରିଥିଲେ। ଭାରତ ପାଇଁ ଶିଖା ପାଣ୍ଡେ ୨ଟି ୱିକେଟ୍ ନେଇଥବା ବେଳେ ଦୀପ୍ତି ଶର୍ମା ଏବଂ ରାଧା ଯାଦବଙ୍କୁ ୧-୧ ଲେଖାଏଁ ସଫଳତା ମିଳିଥିଲା।

Get real time updates directly on you device, subscribe now.