fbpx
BSKY SKY
BSKY SKY

ବାଇକ ସହ ମୁହାଁମୁହିଁ ଧକ୍କା ହେଲା ଅଟୋ , ଡାକ୍ତରଖାନାରେ ଜଣେ ମୃତ ଓ ୨ ଗୁରୁତର ଚିକିତ୍ସାଧୀନ

BSKY

କାଶୀପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଗୋରଖପୁର ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଯାତ୍ରୀବାହି ଅଟୋ ସହ ଏକ ବାଇକ ମର୍ମନ୍ତୁତ ଦୁର୍ଘଟଣା ଘଟି ଜଣକର ମୃତ ଘୋଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି ।ମୃତକ ଜଣକ ହେଉଛନ୍ତି କାଶିପୁର ଥାନା ଅନ୍ତର୍ଗତ ସିରିପାଇ ପଞ୍ଚାୟତ ବଲାଙ୍ଗିର ଗ୍ରାମର ଯୋଗି ମାଝୀ। ଆହତଙ୍କ ମଧ୍ୟରେ ଉକ୍ତ ଗ୍ରାମର ଗୋପବନ୍ଧୁ ମାଝୀ ଓ ଅନ୍ୟଜଣ ହେଉଛନ୍ତି ଅଟୋ ଡ୍ରାଇଭର ସରଗିପଦର ଗ୍ରାମର ସୁନ୍ଦରଲାଲ ନାଏକ।

ସୂଚନା ଅନୁଯାଇ ବଲାଙ୍ଗିରି ଗ୍ରାମର କିଛି ଯୁବକ ଦାଦନ ଖଟିବାକୁ ସୁଦୁର ସୁରଟକୁ ଯାଇଥିଲେ । ଆଜି ସେଠାରୁ ନିଜ ଗ୍ରାମକୁ ଟିକିରି କୁ ଫେରୁଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ଯାତ୍ରୀବାହି ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ବ୍ୟାକ୍ତି ଗୁରୁତର ହୋଇଥିଳେ । ସ୍ଥାନୀୟ ଲୋକ ଏବଂ ଟିକିରି ପୋଲିସ ପହଞ୍ଚି ଗୁରୁତର ଙ୍କୁ ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲ ରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ସମୟରର ସେମାନଙ୍କ ମଧ୍ୟରୁ ଜଣକୁ ଡାକ୍ତର ମୃତ ଘୋଷାଣା କରିଥିଳେ । ଗୁରୁତର ଆହତ ଥିବା ୨ଜଣଙ୍କୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.