fbpx
BJD
BJD SKY
BJD SKY

(Video) ମର୍ସିଡିଜକୁ ପାଦରେ ଧକ୍କା ମାରୁଥିଲେ ଅଟୋ ଡ୍ରାଇଭର: ଲୋକେ ଦେଖି ବାକା

ସୋସିଆଲ ମିଡିଆରେ ପ୍ରତିଦିନ ରାସ୍ତାର ଅନେକ ଭିଡିଓ ଭାଇରାଲ ହେଉଛି, ସେଥିରୁ କିଛି ଦୁର୍ଘଟଣାର ରହୁଛି ତ ଆଉ କିଛି ମଜାଦାର ଭିଡିଓ ଲୋକଙ୍କୁ ହସାଉଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଅଟୋ ଡ୍ରାଇଭର ଏକ ମର୍ସିଡିଜିକୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି । ପଛରେ ଆସୁଥିବା କେହି ଜଣେ ଏହି ଘଟଣାକୁ କ୍ୟାମେରାରେ କଏଦ୍ କରିଥିଲେ ।

ଯେ ସଙ୍କଟରେ କାମରେ ଆସେ ସେହିଁ ପ୍ରକୃତ ବନ୍ଧୁ:

ତେବେ ଏହି ଭିଡିଓକୁ ଜଣେ ୟୁଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ମରାଠୀରେ କ୍ୟାପସନ ଲେଖାଯାଇଛି କି, ‘ଯିଏ ସଙ୍କଟରେ କାମରେ ଆସେ, ସେହିଁ ପ୍ରକୃତ ବନ୍ଧୁ ।’ ଭିଡିଓରେ ଦେଖିବାକୁ ମିଳୁଛି କି, ବ୍ୟସ୍ତବହୁଳ ରାସ୍ତାରେ ଏକ ମର୍ସିଡିଜ୍ ଚାଲିଛି ଓ ତାର ପଛରେ ଅଟୋ ଡ୍ରାଇଭର ଦେଖାଯାଉଛନ୍ତି, ଯେ କି ନିଜ ଗୋଡ ବାହାର କରି ତାକୁ ଧକ୍କା ମାରି ଆଗକୁ ନେଉଛନ୍ତି ।

ପ୍ରଥମେ ଲୋକମାନେ ଏହି ଦୃଶ୍ୟର ଅର୍ଥ କିଛି ବୁଝିପାରିନଥିଲେ । କିନ୍ତୁ ଏହା ପରେ ଜଣାପଡିଲା କି ଅଟୋ ଡ୍ରାଇଭର ମର୍ସିଡିଜକୁ ଆଗକୁ ଧକ୍କା ଦେଉଛନ୍ତି । କୁହାଯାଉଛି ଯେ, ମର୍ସିଡିଜରୁ ତେଲ ସରିଯାଇଥିଲା କିମ୍ବା ଅନ୍ୟ କିଛି ଟେକନିକ୍ ଖରାପ ହୋଇଥିଲା । ଏହା ଫଳରେ ଗାଡ଼ିଟି ଆଗକୁ ଯାଇପାରୁନଥିଲା । ଏହି କାରଣରୁ ଏହି ଅଟୋ ଡ୍ରାଇଭର ସେହି ମର୍ସିଡିଜକୁ ଆଗକୁ ଧକ୍କା ମାରି ଠେଲିଦେଇଥିଲେ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.