fbpx

କଥା ରଖିଲେ ଆଉ ହୃଦୟ ଜିତିଲେ ମହିନ୍ଦ୍ରା: ଅବନୀ ଲେଖାରାଙ୍କୁ କଷ୍ଟମାଇଜଡ ଏସୟୁଭି ଉପହାର

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ତଥା ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ପାରା ଶୁଟର୍ ଅବନୀ ଲେଖାରାଙ୍କୁ ଏକ କଷ୍ଟମାଇଜଡ୍ ଏସୟୁଭି ପ୍ରଦାନ କରାଯାଇଥିବା ବେଳେ ଅବନୀ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଅବନୀ ଫଟୋ ଶେୟାର କରିବା ପରେ ବିଭିନ୍ନ ମହଲରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କରାଯାଇଥିଲା ।

ଅବନୀ କାର ସହିତ ନିଜର ଫଟୋ ଶେୟାର କରି ମହିନ୍ଦ୍ରା ଓ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଥିଲେ । ଅବନୀ ଭାରତ ପାଇଁ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିଲେ । ଏହା ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ସାମିଲ ଥିଲା । ଅବନୀଙ୍କ ବସିବା ପାଇଁ କାରର ସିଟକୁ ଆଡଜଷ୍ଟ କରାଯାଇଥିବା ବେଳେ ଅନ୍ୟାନ୍ୟ ଇଣ୍ଟେରିଅର ପରିବର୍ତ୍ତନ ମଧ୍ୟ କରାଯାଇଛି । ଶାରୀରିକ ଅକ୍ଷମତା ସତ୍ତେ୍ୱ ଅବନୀ ଏହି କାର ନିଜେ ଚଳାଇ ପାରିବେ ।

Get real time updates directly on you device, subscribe now.