fbpx

Icecream ଖାଇଲା ପରେ ଏହି ଜିନିଷ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ଏହି ସମସ୍ୟା

ଓଡ଼ିଶା ଭାସ୍କର: ଆଇସକ୍ରିମର ନାଁ ଶୁଣିଲେ ପାଟିରେ ଲାଳ ଆସିଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅଇସକ୍ରିମ୍ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନେ ଏହାର ଚାହିଦା ଅଧିକ । ବେଳେ ବେଳେ କିଛି ଲୋକ ଆଇସକ୍ରିମ୍ ଖାଇବା ପରେ ପାଣି ପିଇଥାନ୍ତି । ଏପରି କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଆଇସକ୍ରିମ୍ ଖାଇବାର ୪୦ ମିନିଟ୍ ପରେ କିଛି ଖାଇପାରିବା । ତେବେ ଆସନ୍ତୁ ଜାଣିବା ଆଇସକ୍ରିମ୍ ଖାଇବା ପରେ କେଉଁ ଜିନିଷର ସେବନ କରିବା ଠାରୁ ଦୂରେଇ ରହିବା ଉଚିତ ।

୧. ଗରମ ପେୟ: ଆଇସକ୍ରିମ୍ ଖାଇବା ପରେ ଗରମ ପେୟ ଯେପରି ଚା’, କଫି ଇତ୍ୟାଦି ସେବନ କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ପାଚନ ସମସ୍ୟା ସହ ପେଟ ଯନ୍ତ୍ରଣା, ବାନ୍ତି ହେବା ଇତ୍ୟାଦି ସମସ୍ୟା ଦେଖାଦେଇପାରେ ।

୨. ଖଟା ଫଳ: ଆଇସକ୍ରିମ୍ ଖାଇଲା ପରେ ଖଟା ଫଳ ସେବନ କରନ୍ତୁ ନାହିଁ । ଏଥିରେ ଥିବା ଏସିଡ୍ ପେଟରେ ଆଇସକ୍ରିମ୍‌୍ ସହ ମିଶି ଗ୍ୟାସ୍ ସୃଷ୍ଟି କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।

୩. ଚକଲେଟ୍‌: ଅଧିକାଂଶ ଲୋକଙ୍କୁ ଚକଲେଟ୍ ବହୁତ ପସନ୍ଦ । ସେମାନେ ସବୁବେଳେ ଚକଲେଟ୍ ରଖିଥାନ୍ତି, ଯେତେବେଳେ ଇଚ୍ଛା ସେତେବେଳେ ଖାଇଥାନ୍ତି । ଆଇସକ୍ରିମ୍ ଖାଇବା ପରେ କିନ୍ତୁ ଚକଲେଟ୍ ସେବନ କରିବା ଉଚିତ ନୁହେଁ । ଚକଲେଟରେ ଥିବା କାଫେନ୍ ଆଇସକ୍ରିମ୍ ସହ ମିଶି ପେଟ ଯନ୍ତ୍ରଣା ଏବଂ ଡାଇରିଆ ସମସ୍ୟା ସୃଷ୍ଟି କରିପାରେ ।

୪. ଛଣାଛଣି ଜିନିଷ: ଛଣାଛଣି ଜିନିଷ ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଆଇସକ୍ରିମ୍ ପରେ ଏହାକୁ ସେବନ କରନ୍ତୁ ନାହିଁ । ଏହା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି ଏବଂ ପାଚନ ସମସ୍ୟା ସୃଷ୍ଟି କରିପାରେ ।

ଆଇସକ୍ରିମ୍ ଖାଇଲା ପରେ

-ତୁରନ୍ତ ଶୁଅନ୍ତୁ ନାହିଁ
– ତୁରନ୍ତ ବ୍ୟାୟାମ କରନ୍ତୁ ନାହିଁ
– ଥଣ୍ଡା ପବନ ସଂସ୍ପର୍ଶ ଠାରୁ ଦୂରେଇ ରୁହନ୍ତୁ ।

ଆଇସକ୍ରିମ୍ ଖାଇଲା ପରେ ପେଟ ସମସ୍ୟା ଦେଖାଗଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

– ଅଧିକ ପାଣି ପିଅନ୍ତୁ
– ଟୋଷ୍ଟ, ଦହି କିମ୍ବା ଭାତ ଭଳି ହାଲୁକା ଭୋଜନ କରନ୍ତୁ
– ବାନ୍ତି କିମ୍ବା ଡାଇରିଆ ହେଲେ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ

Get real time updates directly on you device, subscribe now.