fbpx

ଦିନରେ ଅଧିକ ଥର ମୁହଁ ଧୋଇବା ଠାରୁ ଦୂରେଇ ରୁହନ୍ତୁ, ଫିକା ପଡ଼ିଯିବ ତ୍ୱଚାର ଚମକ

ଓଡ଼ିଶା ଭାସ୍କର: ସକାଳୁ ଉଠିବା ପରେ ପ୍ରଥମେ ମୁହଁ ଧୋଇବା ଏକ ସୁଅଭ୍ୟାସ । ଏହା ଦ୍ୱାରା ଆମେ ସତେଜ ଅନୁଭବ କରିଥାଉ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ତ୍ୱଚା ସହ ଜଡ଼ିତ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ସନ୍ତୁଳିତ ଆହାର, ବ୍ୟାୟାମ, ଯୋଗାଭ୍ୟାସ ଏବଂ ସୁନିଦ୍ରା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି କରିଥାଏ । ତେବେ ଅଧିକାଂଶ ଲୋକମାନେ ଜାଣିନଥାନ୍ତି ଯେ ଦିନକୁ କେତେଥର ମୁହଁ ଧୋଇବା ଉଚିତ । ଫଳରେ ସବୁବେଳେ ମୁହଁ ଧୋଇବା ଦ୍ୱାରା ଫାଇଦା ବଦଳରେ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଦିନକୁ କେତେଥର ମୁହଁ ଧୋଇବା ଲାଭକାରୀ ହୋଇଥାଏ ।

୧. ଅନେକ ଲୋକଙ୍କ ଧାରଣା ଥାଏ ଯେ ଅଧିକ ଥର ମୁହଁ ଧୋଇବା ଦ୍ୱାରା ଚ୍ୱଚାରେ ଚମକ ଆସିଥାଏ । କିନ୍ତୁ ଏହା ଭୁଲ । ବାସ୍ତବରେ ଦିନରେ କେବଳ ୨ ଥର ମୁହଁ ଧୋଇବା ଉଚିତ ।

୨. ସକାଳେ ଉଠିଲା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ମୁହଁ ଭଲରେ ମୁହଁ ଧୋଇବା ଉଚିତ । ଯଦି ବେଶି ଜରୁରୀ ଅଟେ ତେବେ ଦିନକୁ ଅତି ବେଶିରେ ୩ ଥର ମୁହଁ ଧୋଇପାରିବେ ।

୩. ସକାଳେ ଉଠିବା ପରେ ମୁହଁ ଧୋଇଲେ ତ୍ୱଚାର ରୋମଛିଦ୍ରରେ ଥିବା ଅତ୍ୟାଧିକ ତେଲ ସଫା ହୋଇଥାଏ । ସବୁବେଳେ ଥଣ୍ଡା ପାଣିରେ ମୁହଁ ଧୋଇବା ଉଚିତ । ଯଦି ଆପଣଙ୍କ ତ୍ୱଚା ସମ୍ବେଦନଶୀଳ ତେବେ ନଖ ଉଷୁମ ପାଣିରେ ମୁହଁ ଧୋଇପାରିବେ । ଯେତେଦୁର ସମ୍ଭର ସକାଳେ ଫେସୱାଶରେ ମୁହଁ ଧୋଇବା ଠାରୁ ଦୂରେଇ ରୁହନ୍ତୁ ।

ଅଧିକ ଥର ମୁହଁ ଧୋଇଲେ କ’ଣ କ୍ଷତି ହୋଇଥାଏ

– ତ୍ୱଚାର ପିଏଚ୍ ସ୍ତର ହ୍ରାସ ହୋଇଥାଏ
– ତ୍ୱଚାର ନମନୀୟତା ନଷ୍ଟ ହୋଇଯାଏ
– ତ୍ୱଚା ଶୁଷ୍କ ହୋଇଯାଏ ।

ତେବେ ମୁହଁ ଧୋଇବା ପାଇଁ ଫେସୱାଶ ବ୍ୟତୀତ ଘରୋଇ ଟିପ୍ସ ମଧ୍ୟ
ଆପଣାଇପାରିବେ । ମୁହଁକୁ ବେସନ, ମହୁ, ହଳଦୀ, ଦହି, ମୁଲତାନୀ ମାଟି, ଏଲୋଭେରା, ଗୋଲାପ ଜଳ ଇତ୍ୟାଦି ବ୍ୟବହାର କରିପାରିବେ । ଏହା ଦ୍ୱାରା ତ୍ୱଚା ହେଲ୍‌ଦୀ ଏବଂ ଗ୍ଲୋଇଂ ରହିଥାଏ ।

Get real time updates directly on you device, subscribe now.