fbpx

ସନ୍ଦେଶଖାଲି; ବିଭିନ୍ନ ସ୍ଥାନରେ ରେଡ୍ କରୁଛି ED, ଗିରଫ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ

ସନ୍ଦେଶଖାଲି: ପଶ୍ଚିମବଙ୍ଗର ସନ୍ଦେଶଖାଲିର ଏକାଧିକ ସ୍ଥାନରେ ଚଢ଼ାଉ କରିୁଛି ଇଡି। ଗିରଫ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଜମି ଜବରଦଖଲ ମାମଲାରେ ଏହି ଚଢ଼ାଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶାହଜାହାନ ଶେଖଙ୍କ ସନ୍ଦେଶଖାଲିସ୍ଥିତ ଇଟାଭାଟି ଓ ଧାମଖାଲିରେ ଥିବା ତାଙ୍କ ଆଶ୍ରୟସ୍ଥଳୀରେ ଚଢ଼ାଉ ଜାରି ରହିଛି। ଇଡି ଅଧିକାରୀଙ୍କ ସହ ବହୁ ସଂଖ୍ୟକ ଯବାନ ଅଛନ୍ତି।

ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ରହିଛି ଅନେକ ମାମଲା। ନିକଟରେ ତାଙ୍କୁ ଗିରଫ କରାଯାଇ ସିବିଆଇ ହେପାଜତରେ ରଖାଯାଇଛି। ଶାହାଜାହାନ ଶେଖ ମଧ୍ୟ ପଶ୍ଚିମବଙ୍ଗ ରାସନ ଦୁର୍ନୀତିର ଅଭିଯୁକ୍ତ। ରାସନ ଦୁର୍ନୀତି ମାମଲାରେ ଇଡିର ଏକ ଟିମ୍ ଜାନୁଆରୀ ୫ ତାରିଖରେ ଶାହାଜାହାନ ଶେଖଙ୍କ ବାସଭବନରେ ଚଢ଼ାଉ କରିବାକୁ ସନ୍ଦେଶଖାଲି ଯାଇଥିଲେ, କିନ୍ତୁ ଶାହାଜାହାନ ଶେଖଙ୍କ ସମର୍ଥକମାନେ ଇଡି ଟିମ୍ ଉପରକୁ ପଥର ଫିଙ୍ଗିଥିଲେ, ଯେଉଁଥିରେ ଅନେକ ଇଡି ଅଧିକାରୀ ଆହତ ହୋଇଥିଲେ। ଏହାପରେ ଇଡି ଶାହଜାହାନ ଶେଖଙ୍କ ବିରୋଧରେ ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମାମଲା ମଧ୍ୟ ରୁଜୁ କରିଥିଲା।

ସେପଟେ ବେଆଇନ ଜମି ଦଖଲ ସହ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ କିଛି ମହିଳା। ଏହାପରେ ଏହି ମାମଲା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା। ସନ୍ଦେଶଖାଲି ପ୍ରସଙ୍ଗରେ ଟିଏମସି ସରକାର ଘେରି ରହିଥିଲା। ପୁଲିସ ଉପରେ ଚାପ ବଢ଼ିବାରୁ ପୁଲିସ ଫେବୃଆରୀ ୨୯ ତାରିଖରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ୍ ଅଞ୍ଚଳରୁ ଶାହାଜାହାଁ ଶେଖ୍ ଙ୍କୁ ଗିରଫ କରିଥିଲା। ଗୁରୁବାର ସନ୍ଦେଶଖାଲିର ଲୋକଙ୍କ ଜମି ଜବରଦଖଲ ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Get real time updates directly on you device, subscribe now.