fbpx

(Video)ସମୁଦ୍ର ଭିତରେ ସୁନାର ଭଣ୍ଡାର: ୩୦୦ ବର୍ଷ ପୂର୍ବରୁ ବୁଡ଼ିଥିଲା ଜାହାଜ

ନୂଆଦିଲ୍ଲୀ: ସମୁଦ୍ର ଭିତରୁ ଠାବ ହୋଇଛି ସୁନା ବୋଝେଇ ଜାହାଜ । ୧୭୦୮ରେ ବ୍ରିଟିଶ ସୈନ୍ୟବାହିନୀର ସରନ୍ ଜୋସ୍ ଯୁଦ୍ଧପୋତକୁ ସମୁଦ୍ରରେ ବୁଡ଼ାଇଦେଇଥିଲେ, ଯାହାକୁ ୨୦୧୫ରେ ଖୋଜି ବାହାର କରିଥିଲେ । ନିକଟରେ ସ୍ପେନ୍ ସରକାର କହିଛନ୍ତି ଯେ, ଏହି ଜାହାଜର ଧ୍ୱଂସାବଶେଷରେ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ରହିଛି ।

ସ୍ପେନ ସରକାର ଏହାର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି, ଯାହାକି ଏକ ରିମୋର୍ଟ କଣ୍ଟ୍ରୋଲ ଯାନରୁ ରେକର୍ଡ କରାଯାଇଛି । ଏହି ଭିଡିଓରେ ମୁଖ୍ୟ ଯୁଦ୍ଧ ଜାହାଜର ଧ୍ୱଂସାବଶେଷ ନିକଟରେ ଗୋଟିଏ ଡଙ୍ଗା ଓ ଜାହାଜ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଦୁଇଟି ଜାହାଜରେ ୧ ଲକ୍ଷ ୨୭ ହଜାର ୫୦୦ କୋଟି ଟଙ୍କାର ସୁନା ବୋଝେଇ ହୋଇଥିବା ଆକଳନ କରାଯାଇଛି । ପ୍ରାୟ ୩ ହଜାର ୧ ଫୁଟ୍ ତଳେ ଏହି ଜାହାଜ ଦୁଇଟି ଠାବ ହୋଇଛି । ଯେଉଁଥିରେ ୧ ଲକ୍ଷ ୨୭ ହଜାର ୫୦୦ କୋଟି ଟଙ୍କାର ସୁନା ରହିଛି । ଜାହାଜ ଦୁଇଟି ପ୍ରାୟ ୨୦୦ ବର୍ଷ ପୁରୁଣା ହୋଇଥିବା ଜଣାପଡିଛି । ଏବେ ଏହି ଜାହାଜ ସମ୍ପର୍କିତ ଅଧିକ ତଥ୍ୟ ସହ ସୁନାକୁ ବାହାର କରିବାକୁ ଅଣ୍ଟା ଭିଡିଛନ୍ତି ସ୍ପେନ୍ ସରକାର । ଜାହାଜର ସୁନାକୁ ବାହାର କରିବା ପରେ ଦେଶର ଅର୍ଥନୀତି ଆହୁରୀ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.