fbpx

ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଅବସରରେ ଫାର୍ମା ଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ସଚେତନତା ୱାକାଥନ୍

Advertisement

ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସ ଅବସର ରେ ଫାର୍ମା ଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ରେ ଏକ ସଚେତନତା ୱାକାଥନ୍ (ପଦଯାତ୍ରା) ର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ବିଦୁସ୍ମିତା, ଅଭିନେତା ସୁଜିତ ପରିଡ଼ା, ଡକ୍ଟର ଏଲ୍ ଏନ୍ ଅଗ୍ରୱାଲ ଯୋଗ ଦେଇ ଏହାର ପ୍ରଚାର ପ୍ରସାର ପାଇଁ ଗୁରୁତ୍ବ ଦେବା ସହ ଆଗାମୀ ଦିନରେ ପାଶ୍ଚାତ୍ୟ ଦେଶମାନଙ୍କ ଭଳି ଏହାକୁ ଓଡ଼ିଶା ତଥା ସାରା ଭାରତ ରେ ଆଗେଇ ନେବା ସମ୍ପର୍କ ରେ ମତ ପ୍ରଦାନ କରିଥିଲେ।

କୋଭିଡ ର ବିଭିନ୍ନ ପ୍ରକାର ଭାରିଆଣ୍ଟ ଆସିବା ପରେ ଭାକ୍ସିନ ର ପରୀକ୍ଷଣ କରାଯାଇ ଏହା ବ୍ୟବହାର ଯୋଗ୍ୟ ହେବା ପରଠୁ କ୍ଲିନିକାଲ ଟ୍ରାଏଲ ଲୋକ ଲୋଚନକୁ ଆସିପାରିଛି।ଏଥିରେ କମ୍ପାନୀ ର ମୁଖ୍ୟ ଡ ସାଇପ୍ରସନ୍ନ ବେହେରା ଏବଂ ପରାମର୍ଶଦାତା ସୁଦୀପ ପାତ୍ର ତତ୍ ସହିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ଦିନକୁ ଦିନ ନୂଆ ନୂଆ ରୋଗର ଆବିର୍ଭାବ ସହିତ ଏ ସବୁର ନିରାକରଣ ପାଇଁ ଆବଶ୍ୟକୀୟ ସଠିକ୍ ଚିକିତ୍ସା ଓ ଉନ୍ନତ ମାନର ଔଷଧ ପ୍ରସ୍ତୁତି ସହିତ ଏହାର ପ୍ରୟୋଗ ଉପରେ ସଚତନତା ସୃଷ୍ଟି କରିଥିଲେ।

ଏଣୁ ଏ ଦିଗରେ ଲୋକମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରାଯିବା ସହିତ କ୍ଲିନିକାଲ୍ ଟ୍ରାଏଲ ରେ ଜଡିତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ରୋଗୀ, ସ୍ଵେଚ୍ଛାସବୀ ମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜିର ଦିନକୁ ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସ ଭାବେ ପାଳନ କରାଯାଉଅଛି।

Get real time updates directly on you device, subscribe now.