fbpx

ରାମ ମନ୍ଦିରକୁ ବୋମାରେ ଉଡ଼ାଇଦେବୁ: ପାକିସ୍ତାନ ଆତଙ୍କବାଦୀ ସଂଗଠନ

Advertisement

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ପକ୍ଷରୁ ଏକ ଧମକ ଆସିଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ବୋମାରେ ଉଡ଼ାଇବା ପାଇଁ ଏହି ଆତଙ୍କବାଦୀ ସଂଗଠନ ଏକ ଅଡିଓ ବାର୍ତ୍ତା ଜରିଆରେ ଚେତାବନୀ ଦେଇଛନ୍ତି ।

ଏହି ଅଡିଓ ବାର୍ତ୍ତା ଜରିଆରେ ସେମାନେ କହିଛନ୍ତି ଯେ ବାବ୍ରି ମସଜିଦକୁ ମାଟିରେ ମିଶାଇ ରାମ ମନ୍ଦିର ନିର୍ମାଣ କରାଯାଇଛି । ସେଠାର ଆମର ତିନିଜଣ ସହେଯାଗୀଙ୍କ ମୃତ୍ୟୁ ବରଣ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ରାମ ମନ୍ଦିରକୁ ଆମ୍ଭେ ଭାଙ୍ଗିବାକୁ ଚାହୁଁଛୁ । ଏହି ଆତଙ୍କବାଦୀଙ୍କ ଅଡିଓ ବାର୍ତ୍ତା ଶୁଣିଲା ପରେ ରାମ ମନ୍ଦିରର ଚତୁପାଶ୍ୱର୍ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଓ ସହରର ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.