fbpx

ଭାରତବାସୀଙ୍କୁ ବଡ଼ ଫାଇଦା: ଅଯୋଧ୍ୟାରେ ସୃଷ୍ଟି ହେବ ୨୫ ହଜାର ନିଯୁକ୍ତି, ରାମ ମନ୍ଦିରକୁ ଦୈନିକ ଆସିବେ ୩-୪ ଲକ୍ଷ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଏବେ ସାରା ବିଶ୍ୱର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କେବଳ ପ୍ରତିଷ୍ଠା ଦିବସ ମଧ୍ୟରେ ଚର୍ଚ୍ଚାରେ ସୀମିତ ରହିନାହିଁ ଅଯୋଧ୍ୟା । ଆଗାମୀ ଦିନରେ ଅଯୋଧ୍ୟା ସହିତ ଯୋଡ଼ି ହେବାକୁ ଯାଉଛି ଏକ ବଡ଼ ଅଧ୍ୟାୟ । ଅଯୋଧ୍ୟା ସୃଷ୍ଟି କରିବ ୨୫ ହଜାର ନିଯୁକ୍ତି । ଏଥିସହିତ ଅଯୋଧ୍ୟାକୁ ଦୈନିକ ୩-୪ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାବେଳେ ସେଠାରେ ପର୍ଯ୍ୟଟନ ଶିଳ୍ପ ପାଇଁ ସୃଷ୍ଟି ହେବାକୁ ଯାଉଛି ନୂଆ ସମ୍ଭାବନା । ଏହାଦ୍ୱାରା ୨୦-୨୫ ହଜାର ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି । ଏଥିସହିତ ଆଗାମୀ ୩-୪ ବର୍ଷରେ ଅଯୋଧ୍ୟା ବିଶ୍ୱ ଟୁରିଜିମ୍ ହବରେ ରୂପାନ୍ତରିତ ହେବା ସହିତ ଏହି ଭବ୍ୟ କ୍ଷେତ୍ରକୁ ଦୈନିକ ୩-୪ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବା ନେଇ ଅନୁମାନ କରାଯାଉଛି । ପର୍ଯ୍ୟଟକ ବଢ଼ୁଥିବାରୁ ସେଠାରେ ରହଣି ସ୍ଥଳୀର ଚାହିଦା ବଢ଼ିବାରେ ଲାଗିଛି ।

ପର୍ଯ୍ୟଟକଙ୍କୁ ଆତିଥେୟତା ପ୍ରଦାନ ଲକ୍ଷ୍ୟରେ ଅଯୋଧ୍ୟାରେ ଭିତ୍ତିଭୂମିର ବିକାଶ କରାଯାଉଛି । ଫଳରେ ସେଠାରେ ହଜାର ହଜାର ସ୍ଥାୟୀ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ର୍ୟାଡଷ୍ଟାଡ ଇଣ୍ଡିଆର ଚିଫ୍ କମର୍ସିଆଲ ଅଫିସର ଏନେଇ ସୂଚନା ଦେଇଛନ୍ତି । ହୋଟେଲ କର୍ମଚାରୀ, ହାଉସ କିପିଂ, ଫ୍ରଣ୍ଟ ଅଫିସ ମ୍ୟାନେଜମେଣ୍ଟ, ସେଫ ଓ ବହୁଭାଷୀ ଟୁରିଷ୍ଟ ଗାଇଡ ଆଦି ବର୍ଗରେ ଏହି ନିଯୁକ୍ତି ମିଳିପାରେ । ଏହାଦ୍ୱାରା ହସ୍ପିଟାଲିଟି, ଟ୍ରାଭେଲ ଓ ଟୁରିଜିଷ୍ଟ ପରି ୩ଟି ସେକ୍ଟର ବିଶେଷ ଭାବେ ଉପକୃତ ହେବେ । ଏହି କ୍ଷେତ୍ରରେ ନିଯୁକ୍ତି ବଢ଼ିବାର ସମ୍ଭାବନା ରହିଛି । ଆଗାମୀ ଦୁଇ-ତିନି ଦଶକ ପର୍ଯ୍ୟନ୍ତ ଅଯୋଧ୍ୟାର ରାମ ମନ୍ଦିର ପିକରେ ରହିବ ବୋଲି ବିଭିନ୍ନ କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.