fbpx

କେଉଁ କେଉଁ ରୋଗରେ ଆୟୁଷ୍ମାନ କାର୍ଡରୁ ମିଳିଥାଏ ଫାଇଦା ? ଜାଣନ୍ତୁ ଏହି କାର୍ଡ ପାଇଁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଗରିବଙ୍କ ଚିକିତ୍ସା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କିମ୍ବା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ରେ ଆରମ୍ଭ ହୋଇଥିଲା । ଆୟୁଷ୍ମାନ ଭାରତର ନାମ ବଦଳାଇ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କରାଯାଇଛି ।

ଏଥିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କରାଇବାକୁ ସୁବିଧା ମିଳିଥାଏ । ଏଥିରେ କରୋନା, କର୍କଟ, କିଡନୀ, ହୃଦୟ, ଡେଙ୍ଗୁ, ଚିକୁଙ୍ଗୁନିଆ, ମ୍ୟାଲେରିଆ, ଡାୟଲିସିସ୍, ଆଣ୍ଠୁ ପ୍ରତିରୋପଣ, ସନ୍ତାନହୀନତା, ମୋତିଆବିନ୍ଦୁ ଭଳି ଅନେକ ଗୁରୁତର ରୋଗ ମାଗଣାରେ ଚିକିତ୍ସା କରାଯାଏ ।

ଦାରିଦ୍ର ସୀମାରେଖା ତଳେ ଥିବା ଲୋକମାନେ, ଅନୁସୂଚିତ ଜାତି, ଗ୍ରାମାଞ୍ଚଳରେ ରହୁଥିବା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କୁ ଏହି ଯୋଜନାର ଲାଭ ମିଳିଥାଏ । ଆୟୁଷ୍ମାନ କାର୍ଡର ଲାଭ ଉଭୟ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଉପଲବ୍ଧ ।

ଏଥିରେ ଆବେଦନ କରିବାକୁ ଅଫିସିଆଲ୍ ୱେବସାଇଟ୍ mera.pmjay.gov.in କୁ ଲଗ୍ଇନ୍ କରନ୍ତୁ ଏବଂ ରାଜ୍ୟ, ନାମ, ମୋବାଇଲ୍ ନମ୍ବର, ରେସନ କାର୍ଡ ଏବଂ ଅନ୍ୟାନ୍ୟ ବିବରଣୀ ପୁରଣ କରନ୍ତୁ । ଡାହାଣ ପାର୍ଶ୍ୱରେ Family Memberରେ ଟ୍ୟାବ୍ କରନ୍ତୁ, ସମସ୍ତଙ୍କ ନାମ ଯୋଡନ୍ତୁ ଏବଂ ସବମିଟ୍ କରନ୍ତୁ ।

ସରକାର ଆୟୁଷ୍ମାନ କାର୍ଡ ପ୍ରଦାନ କରିବେ । ଡାଉନଲୋଡ୍ କରିବା ପରେ ଆପଣ ଏହାକୁ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.