ବ୍ଲଡ୍ ଗ୍ରୁପ B+ ଲୋକଙ୍କର ଏପରି ହୋଇଥାଏ ସ୍ୱଭାବ, ଜାଣନ୍ତୁ ଏହି ୫ଟି ବଡ଼ କଥା
B+ ବ୍ଲଡ ଗ୍ରୁପ ଲୋକେ, ଧ୍ୟାନ ଦିଅନ୍ତୁ ଏହି ୭ଟି କଥା ଉପରେ..
ନୂଆଦିଲ୍ଲୀ: ବ୍ଲଡ ଗ୍ରୁପ ଆମ ଶରୀର ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। କାରଣ ଏହା କେବଳ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବିତ କରି ନଥାଏ, ଏହା ବ୍ଲଡ ଡୋନେସନ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯାଦି ଆପଣଙ୍କ ବ୍ଲଡ ଗ୍ରୁପ B+, ତେବେ ଆପଣଙ୍କ ଶରୀରର ବିଶେଷ ସୂଚନା ଆପଣଙ୍କ ଜୀବନରେ ସାହାଯ୍ୟ କରିପାରେ।
ଡୋନେସନ ଏବଂ ରିସିଭିଙ୍ଗ: B+ ବ୍ଲଡ ଗ୍ରୁପର ଲୋକେ ଅନ୍ୟ ଗ୍ରୁପର ଲୋକଙ୍କୁ ରକ୍ତ ଦାନ କରିପାରିବେ। ହେଲେ ସେମାନେ B+ ବ୍ୟକ୍ତିଙ୍କୁ ରକ୍ତ ଦେବା ସବୁଠୁ ଅଧିକ ସୁରକ୍ଷିତ। B+ ଲୋକେ A+,B+, AB+ ଏବଂ O+ ବ୍ଲଡ ଗ୍ରୁପର ଲୋକଙ୍କୁ ରକ୍ତ ପ୍ରଦାନ କରିପାରିବେ।
ସ୍ୱାସ୍ଥ୍ୟ ଉପରେ ପ୍ରଭାବ: B+ ବ୍ଲଡ ଗ୍ରୁପର ଲୋକଙ୍କୁ କିଛି ରୋଗର ସାମ୍ନା କରିବାର ବିପଦ ଅଧିକ ରହିପାରେ। କିଛି ମାମଲାରେ ସେମାନେ ଅବ୍ୟ ବ୍ଲଡ ଗ୍ରୁପ ମୁକାବିଲାରେ ସୁସ୍ଥ ରହିପାରିବେ। ଉଦାହରଣ ସ୍ୱରୂପ- B+ ଗ୍ରୁପର ଲୋକଙ୍କର ପେଟ ସମସ୍ୟା ରହିଥାଏ। ହୃଦୟ ସମ୍ବନ୍ଧୀୟ ରୋଗ ସହ ପୀଡିତ ହୋଇପାରନ୍ତି ଏମାନେ।
ଖାଦ୍ୟ ଏବଂ ପୋଷଣ: B+ ବ୍ଲଡ ଗ୍ରୁପର ବ୍ୟକ୍ତିମାନଙ୍କ ପାଇଁ ଖାଦ୍ୟ ପାଇଁ ସତର୍କତା ଦିଆଯାଇଥାଏ। ସେମାନେ ପ୍ରୋଟିନ, ସବୁଜ ପନିପରିବା ଏବଂ ଫଳର ସେବନ ଅଧକମାତ୍ରାରେ ସାମିଲ କରିପାରିବେ। ଏଥିସହ ଏମାନେ ତେଲିଆ ଜିନିଷ ଏବଂ ଅତ୍ୟଧିକ ମିଠା ଜିନିଷ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ।
ବ୍ୟକ୍ତିତ୍ୱ ଏବଂ ସ୍ୱଭାବ: B+ ବ୍ଲଡ ଗ୍ରୁପର ଲୋକେ ସାଧାରଣ ଭାବେ ମାନସିକ ଭାବେ ଶକ୍ତିଶାଳୀ ଏବଂ ସକରାତ୍ମକ ଭାବନା ରଖିଥାଆନ୍ତି। ଏମାନଙ୍କର ସ୍ୱଭାବ ଖୁସି ଏବଂ ସାଙ୍ଗ ଭଳି ହୋଇଥାଏ। ହେଲେ ଏମାନେ ବେଳେ ବେଳେ ନିଜକୁ ଏକେଲା ଅନୁଭବ କରିଥାଆନ୍ତି। ଏଥିସହ କଠିନ ପରିସ୍ଥିତିରେ ଏମାନେ ଶାନ୍ତ ଏବଂ ଧର୍ଯ୍ୟ ଧରି ସମସ୍ୟାର ସାମ୍ନା କରିଥାଆନ୍ତି।
ରୋଗ ପ୍ରତି ସମ୍ବେଦନଶୀଳ: B+ ବ୍ଲଡ ଗ୍ରୁପର ଲୋକେ କିଛି ବିଶେଷ ରୋଗଗୁଡ଼ିକ ପ୍ରତି ସମ୍ବେଦନଶୀଳ ହୋଇପାରନ୍ତି, ଯେପରିକି ମାନସିକ ଚିନ୍ତା, ଉଚ୍ଚରକ୍ତଚାପ ଏବଂ ହର୍ମୋନାଲ ଅସନ୍ତୁଳନ।