ଆରମ୍ଭ ହେଲା କାଉଣ୍ଟ୍‌ଡାଉନ୍‌, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେବାକୁ ଯାଉଛି ସତ, ଜୁଲାଇ ୫ରେ ଘଟିବ…

ଜୁଲାଇ ୨୦୨୫ ଆସିବା ପରଠାରୁ ଜାପାନ ସମେତ ସାରା ବିଶ୍ୱରେ ଏକ ଅଦ୍ଭୁତ ଭୟ ବ୍ୟାପିଛି। ଏହାର କାରଣ ହେଉଛନ୍ତି ଜଣେ ରହସ୍ୟମୟ ଜାପାନୀ ଭେଙ୍ଗା କଳାକାର ରିଓ ତାତସୁକି, ଯାହାଙ୍କ ପୁସ୍ତକ ‘ଦି ଫ୍ୟୁଚର ଆଇ ଶ’ରେ କରାଯାଇଥିବା ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ। ଆଜିକାଲି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଲୋକମାନେ ଏବେ ରିଓ ତାତସୁକିଙ୍କୁ ନୂତନ ‘ବାବା ଭେଙ୍ଗା’ (ପ୍ରସିଦ୍ଧ ବୁଲଗେରିଆନ ଭବିଷ୍ୟବକ୍ତା) ବୋଲି କହିବା ଆରମ୍ଭ କରିଛନ୍ତି। କାରଣ ବାବା ଭେଙ୍ଗାଙ୍କ ଅନେକ ପୁରୁଣା ଭବିଷ୍ୟବାଣୀ ସତି ହୋଇଛି। ଯଦି ତାଙ୍କ ପୁସ୍ତକରେ କରାଯାଇଥିବା ଦାବିଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଆସନ୍ତା ଜୁଲାଇ ୫ରେ ଜାପାନରେ ଏକ ଭୟଙ୍କର ବିପର୍ଯ୍ୟୟ ଘଟିବାକୁ ଯାଉଛି। ଯେଉଁଥିରେ ସୁନାମୀ ୩ ଗୁଣ ଉଚ୍ଚତାରେ ଆସିପାରେ।

ବାବା ଭେଙ୍ଗାଙ୍କର ଏହି ଭୟଙ୍କର ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଏକ ଭୟଙ୍କର ହଇଚଇ ସୃଷ୍ଟି କରିଛି। ଲକ୍ଷଲକ୍ଷ ଲୋକ ଏହାକୁ ନେଇ ଚିନ୍ତିତ ଏହା ଉପରେ ଲଗାତର ପୋଷ୍ଟ ଏବଂ ଭିଡିଓ ଶେୟାର କରୁଛନ୍ତି। କେତେକ ସୁନାମୀର ପୂର୍ବାନୁମାନ କରୁଛନ୍ତି, ଯେତେବେଳେ ଅନ୍ୟମାନେ କହୁଛନ୍ତି ଯେ, ଏକ ମହାପ୍ରଳୟ ଆସିବାକୁ ଯାଉଛି, ଯାହାର ମୂଳ ଜାପାନ ଏବଂ ଫିଲିପାଇନ୍ସ ମଧ୍ୟରେ ସମୁଦ୍ର ତଳେ ଏକ ରହସ୍ୟମୟ ଫାଟ  ହୋଇପାରେ।

 

ବାବା ଭେଙ୍ଗା ନିଜକୁ ଖରାପ ସ୍ବପ୍ନ ମାଧ୍ୟମରେ ଭବିଷ୍ୟତ ଦେଖୁଥିବା ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣନା କରନ୍ତି। କୁହାଯାଏ, ତାଙ୍କ ପୁସ୍ତକ ‘ଦି ଫ୍ୟୁଚର ଆଇ ଶ’ରେ ସେ ଯେଉଁ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ତାହା ମଧ୍ୟରୁ ଅନେକ ସତ୍ୟ ପ୍ରମାଣିତ ହୋଇଛି। ସବୁଠାରୁ ଚର୍ଚ୍ଚିତ ହେଉଛି ୧୯୯୯ରେ କରିଥିବା ତାଙ୍କର ଭବିଷ୍ୟବାଣୀ। ଯାହା ମାର୍ଚ୍ଚ ୨୦୧୧ରେ ଜାପାନରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପ ଏବଂ ସୁନାମି ସହିତ ବହୁତ ସମାନ ଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟ ଜାପାନକୁ ଥରାଇ ଦେଇଥିଲା।

 

ବର୍ତ୍ତମାନ ଜୁଲାଇ ୫ ବିଷୟରେ ତାଙ୍କର ଭବିଷ୍ୟବାଣୀ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଯଦିଓ, ରିଓ ଟାଟସୁକି ତାଙ୍କ ପୁସ୍ତକରେ ଏହି ବିପର୍ଯ୍ୟୟ କ’ଣ ହେବ ତାହା ସ୍ପଷ୍ଟ ଭାବରେ କହି ନାହାନ୍ତି, କିନ୍ତୁ ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ ଏକ ଶକ୍ତିଶାଳୀ ଭୂକମ୍ପ ଏବଂ ସୁନାମି ବୋଲି ଧରି ନେଇଛନ୍ତି, ଯାହା ଏକ ମହାପ୍ରଳୟ ସୃଷ୍ଟି କରିବ।

 

ଏହି ଭୟଙ୍କର ଭବିଷ୍ୟବାଣୀର ପ୍ରଭାବ ହେଉଛି ଯେ, ପର୍ଯ୍ୟଟକମାନେ ଜାପାନକୁ ଏଡ଼ାଇ ଯାଇଛନ୍ତି। ବ୍ଲୁମବର୍ଗ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁଯାୟୀ, ଜୁନ୍‌ ଶେଷ ଏବଂ ଜୁଲାଇ ଆରମ୍ଭରେ ଜାପାନ ପାଇଁ ବିମାନ ବୁକିଂରେ ସବୁଠାରୁ ବଡ଼ ହ୍ରାସ ରେକର୍ଡ କରାଯାଇଛି।

ହଂକଂର ଏକ ଟ୍ରାଭେଲ ଏଜେନ୍ସି କହିଛି ଯେ, ଏହା ମନେ ହେଉଛି ପର୍ଯ୍ୟଟକମାନେ ଭୟରେ ଜାପାନର ନାମ ନେବାକୁ ମଧ୍ୟ ଚାହାନ୍ତି ନାହିଁ। ଏଜେନ୍ସି କହିଛି ଏପ୍ରିଲ-ମେ ବସନ୍ତ ଛୁଟି ସମୟରେ ଜାପାନର ବୁକିଂ ମଧ୍ୟ ୫୦ ପ୍ରତିଶତ ହ୍ରାସ ପାଇଛି। ସେହି ସମୟରେ ଅନେକ ଲୋକ ସେମାନଙ୍କର ଗ୍ରୀଷ୍ମ ଛୁଟି ଯୋଜନାକୁ ମଧ୍ୟ ବାତିଲ କରିଛନ୍ତି।

ଅନ୍ୟପକ୍ଷରେ ଜାପାନ ଏହି ଭବିଷ୍ୟବାଣୀଗୁଡ଼ିକୁ ସମ୍ପୂର୍ଣ୍ଣ ଅବକାରକ ବୋଲି କହିଛି। ମିଆଗି ପ୍ରଦେଶର ରାଜ୍ୟପାଳ ୟୋଶିହିରୋ ମୁରାଇ କହିଛନ୍ତି, ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, କୌଣସି ଭୟ ବିନା ଜାପାନ ଆସନ୍ତୁ। ଏପରି ଗୁଜବ ପର୍ଯ୍ୟଟନକୁ ପ୍ରଭାବିତ କରେ। ଭୟ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଜାପାନୀମାନେ ଦେଶ ଛାଡି କୌଣସି ସ୍ଥାନକୁ ଯାଉଛନ୍ତି ନାହିଁ।