fbpx

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା: କୋହଲିଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନ କ୍ରିକେଟର ବାବର

ଦୁବାଇ: ପାକିସ୍ତାନ କ୍ରିକେଟ ଦଳ ଅଧିନ଼ାୟକ ବାବର ଆଜାମ ଟି-୨୦ ଫର୍ମାଟ କ୍ରିକେଟରେ ବହୁ ଦିନ ଏକ ନମ୍ବର ସ୍ଥାନରେ ରହି ବିରାଟ କୋହଲିଙ୍କ ରେକର୍ଡ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । କୋହଲି ଟି-୨୦ କ୍ରିକେଟରେ ୧,୦୧୩ ଦିନ ଏକ ନମ୍ବର ବ୍ୟାଟିଂ ମାନ୍ୟତା ବଜାୟ ରଖି ପାରିଥିବା ବେଳେ ବର୍ତ୍ତମାନ ବାବର ଆଜାମ ଅଧିକ ଦିନ ଏହି ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଛନ୍ତି ।

ଭାରତୀୟ ଟି-୨୦ ଦଳର ଅନ୍ୟତମ ସଦସ୍ୟ ଇଶାନ କିଶାନ ଚଳିତ ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚରେ ୨୬ ଓ ୩ ରନ କରି ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି । ମାତ୍ର ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଦୀପକ ହୁଦା ଆୟର୍ଲାଣ୍ଡ ବି କ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଶତକ ଅର୍ଜନ କରି ବ୍ୟାଟିଂ ମାନ୍ୟତାରେ ଉନ୍ନତି ଆଣି ପାରିଛନ୍ତି । ସେହିରି ସଞ୍ଜୁ ସାମସନ ଆୟର୍ଲାଣ୍ଡ ବିକ୍ଷ ଦ୍ୱିତୀୟ ମ୍ୟାଚରେ ୭୭ ରନ କରି ମଧ୍ୟ ଆଇସିସି ବ୍ୟାଟିଂ ମାନ୍ୟତାରେ ଉପରକୁ ଉଠି ପାରିଛନ୍ତି ।

Get real time updates directly on you device, subscribe now.