fbpx
BJD SKY
BJD SKY

World Cup-2023; ଆଫଗାନିସ୍ତାନ ବିଜୟରେ କାନ୍ଦୁଛି ବାବର ଆର୍ମି: ୨୪ ଘଣ୍ଟାରେ ହଜିଗଲା ଖୁସି

BJD

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚକୁ ଖୁବ ସହଜରେ ଜିତି ନେଇଛି ଆଫଗାନିସ୍ତାନ । ୧୮୦ ରନର ଏକ ଛୋଟ ଲକ୍ଷ୍ୟକୁ ମାତ୍ର ୩୨ ଓଭରରେ ହାସଲ କରି ସେମି ଫାଇନାଲ ଆଶାକୁ ଆହୁରି ବଢାଇ ଦେଇଛି ଆଫଗାନ୍ କ୍ରିକେଟ ଟିମ୍ । ଅଧିନାୟକ ହସମତୁଲ୍ଲାହ ଶାହିଦୀ ଏବଂ ରହମତ ଶାହଙ୍କ ଦମଦାର ଅର୍ଦ୍ଧଶତକ ସହ ନେଦରଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ । କିନ୍ତୁ ଏହି ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ । ଆଫଗାନିସ୍ତାନର ଏହି ବିଜୟ ପାକିସ୍ତାନ ପାଇଁ ଏକ ଅଭିଶାପ ପାଲଟିଯାଇଛି ।

ନେଦରଲାଣ୍ଡ ବିପକ୍ଷରେ ବିଜିୟ ହାସଲ କରି ପଏଣ୍ଟ ତାଲିକାର ପଞ୍ଚମ ସ୍ତାନକୁ ଲମ୍ଫ ମାରିଛି ଆଫଗାନିସ୍ତାନ । ଏହି ବିଜୟରେ ଆଫଗାନୀ ଦଳ ଏକା ସାଙ୍ଗରେ ୩ଟି ପୂର୍ବ ଚମ୍ପିଆନ୍ ଦଳକୁ ପଛରେ ପକାଇ ଦେଇଛି ଆଜି ନେଦରଲାଣ୍ଡକୁ ମାତ୍ ଦେଇ ଇଂଲଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ୩ଟି ଚମ୍ପିଆନଙ୍କୁ ଅତିକ୍ରମ କରି ଦଳ ସେମି ଫାଇନାଲକୁ ଆଉ ଏକ ପାଦ ଆଗକୁ ବଢାଇଛି । ଯାହା ପାକିସ୍ତାନ ପାଇଁ ଏକ ବଡ଼ ବିପଦ ବୋଲି ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ୮ ପଏଣ୍ଟ ସହ ତାଲିକାର ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ଏହାପରେ ପାକିସ୍ତାନ ୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି । ତେଣୁ ପାକିସ୍ତାନକୁ ପଛରେ ପକାଇ ଆଫଗାନିସ୍ତାନ ସେମି ଦୌଡ଼ରେ ଆଗେଇ ଯିବାର ସମ୍ଭାବନା ମଧ୍ୟ ବଢି ଯାଇଛି । ଯାହାକୁ ନେଇ ଏବେ ଭୟ କରୁଛି ବାବର ଆର୍ମ । ବର୍ତ୍ତମାନର ପଏଣ୍ଟ ଟେବୁଲ ଅନୁସାରେ ପାକିସ୍ତାନ ଅପେକ୍ଷା ଆଫଗାନିସ୍ତାନ ଖୁବ ଆଗରେ ରହିଛି ।

ଗତକାଲି ଭାରତ-ଶ୍ରୀଲଙ୍କା ମ୍ୟାଚରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଥିଳା ପାକିସ୍ତାନ । କାରଣ ଶ୍ରୀଲଙ୍କାର ବିଜୟ ମଧ୍ୟ ପାକିସ୍ତାନ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥିଲା । ତେବେ ଏହି ମ୍ୟାଚରେ ପାକିସ୍ତାନର ଇଚ୍ଛା ପୂରଣ ହୋଇଥିଲା । ଭାରତ ଶ୍ରରୀଲଙ୍କାକୁ ମାତ୍ ଦେଇ ପ୍ରଥମ ଦଳ ଭାବରେ ସେମି ଫାଇନାଲକୁ ଏଣ୍ଟ୍ରି କରିଛି । କିନ୍ତୁ ଆଜି ଆଫଗାନିସ୍ତାନ ପାକିସ୍ତାନର ଏହି ଖୁସି ଛଡ଼ାଇ ନେଇଛି । ତେବେ ପାକିସ୍ତାନ ସେମି ଫାଇନାଲକୁ ଯିବା ବର୍ତ୍ତମାନ ମଧ୍ୟ ଅସମ୍ଭବ ନୁହେଁ, ତେବେ ଖୁବ କଷ୍ଟକର ମନେ ହେଉଛି ।

Get real time updates directly on you device, subscribe now.