fbpx

ଡ୍ରାଗନର ଏବେ ଖରାପ ସମୟ , ବେରୋଜଗାରୀ ରେକର୍ଡ ସ୍ତର ଉପରେ ଥିବା ବେଳେ ଝାଡୁ ପୋଛା ଲାଗାଇବାକୁ ବାଧ୍ୟ ସ୍ନାତକ ଯୁବକ ଯୁବତୀ

Advertisement

ନୂଆଦିଲ୍ଲୀ:ପଡୋଶୀ ଦେଶ ଚୀନ୍ ରେ ବେରୋଜଗାରୀ ଏବେ ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ଚୀନ୍ ରେ ସ୍ନାତକ କରିଥିବା ଯୁବକ ଯୁବତୀ ମାନଙ୍କୁ ଏବେ କୌଣସି ଚାକିରି ମିଳୁନାହିଁ । ଫଳରେ ପେଟ ପୋଷିବା ଲାଗି ସେମାନେ ସେମାନେ ଝାଡୁ ପୋଛା ଲଗାଇବା ପରି ଘରୋଇ କାମରେ ନିଜକୁ ନିଯୁକ୍ତ କରୁଛନ୍ତି । ଆଗକୁ ଏହି ସଂକଟ ଆହୁରି ଉଗ୍ର ରୂପ ନେବ ବୋଲି କୁହାଯାଉଛି । କାରଣ ଚଳିତ ବର୍ଷ ଚୀନ୍ରେ ରେକର୍ଡ ୧.୧୫ କୋଟି ସ୍ନାତକ ପାସ ଆଉଟ୍ ହୋଇଛନ୍ତି । ଏମାନଙ୍କୁ ମଧ୍ୟ ନିଯୁକ୍ତିର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଚୀନର ଅର୍ଥବ୍ୟବସ୍ଥାର ଗତି ଧିମେଇ ଯାଇଛି ।

ଚୀନ୍ ର ରାଷ୍ଟ୍ରୀୟ ସାଂଖ୍ୟିକ ବ୍ୟୁରୋ (ଏନଏସଏ)ର ଆକଳନ ଅନୁଯାୟୀ ୧୬ରୁ ୨୪ ବର୍ଷ ଆୟୁ ବର୍ଗରେ ବେରୋଜଗାରୀ ସଂଖ୍ୟା ଜୁନ୍ ୨୦୨୩ରେ ବୃଦ୍ଧି ପାଇ ୨୧. ୩ ପ୍ରତିଶତ ହୋଇଯାଇଛି । ଏହା ପୂର୍ବରୁ ମାର୍ଚ୍ଚରେ ବେରୋଜଗାରୀ ସଂଖ୍ୟା ୧୯.୭ ପ୍ରତିଶତ ଥିଲା । କିନ୍ତୁ ଏହା ସରକାରୀ ହିସାବ ଅଟେ । ଚୀନ୍ ର ଜଣେ ପ୍ରଫେସର କହିଛନ୍ତି ମାର୍ଚ୍ଚରେ ଦେଶରେ ବେରୋଜଗାରୀ ୫୦ ପ୍ରତିଶତ ପାଖାପାଖି ପହଞ୍ଚି ଯାଇଥିଲା । ପ୍ରଫେସରଙ୍କ ଏହି ଦାବୀ ପରେ ଚୀନର ସାଂଖ୍ୟିକ ବ୍ୟୁରୋ ଅଧିକାରୀଙ୍କ ହିସାବକୁ ନେଇ ଯୁକ୍ତି ଆରମ୍ଭ ହୋଇଯାଇଛି । ବେଇଜିଂ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଥିବା ଝାଙ୍ଗ ଡଣ୍ଡାନ ପ୍ରତିଷ୍ଠିତ ଫାଇନାନସିଆଲ ମାଗାଜିନ୍ ରେ ଏକ ଲେଖାରେ ଲେଖିଛନ୍ତି ଯଦି ୧୬ ମିଲିୟନ ସ୍ନାତକ ଯୁବକ ଯୁବତୀ ଘରେ ବସି ରହିଛନ୍ତି ଏବଂ ନିଜ ମାତାପିତାଙ୍କ ଉପରେ ନିର୍ଭର କରୁଛନ୍ତି ତେବେ ଦେଶର ବେରୋଜଗାର ହାର ୪୬.୫ ପ୍ରତିଶତ ହିଁ ରହିଛି । ଏହି ଲେଖା ପ୍ରକାଶ ପାଇବା ପରେ ଚୀନ୍ ରେ ଝଡ ସୃଷ୍ଟି ହୋଇଥିଲା ।

ଏଥିରେ ଲେଖାଯାଇଥିଲା ଯେ, ଦେଶରେ କୋଭିଡ୍ କାରଣରୁ ସବୁଠାରୁ ଶକ୍ତିଶାଳୀ ନିଯୁକ୍ତି କ୍ଷେତ୍ର ସର୍ଭିସ୍ ସେକ୍ଟରରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି । ଏହି କାରଣରୁ ବେରୋଜଗାରୀ ଦର ହ୍ରାସ ପାଇଛି । ଏହା ବ୍ୟତିତ ଚୀନର ନିର୍ମାଣ ଉଦ୍ୟୋଗ ବି ସଂକଟରେ ରହିଛି । ଏହା ବ୍ୟତିତ ଦେଶ ତଥା ବିଦେଶରେ ଚୀନ୍ ଉତ୍ପାଦର ଚାହିଦା କମିଛି । ଚୀନ୍ ର ସରକାରୀ ସମାଚାର ଏଜେନ୍ସୀ ଶିନହୁଆ କହିଛି ବର୍ତ୍ତମାନ ଚୀନର ଅର୍ଥବ୍ୟବସ୍ଥା କଠିନ ପରିସ୍ଥିତି ଦେଇ ଗତି କରୁଛି । ଅପର୍ଯ୍ୟାପ୍ତ ଘରୋଇ ଚାହିଦା ଏବଂ ଜଟିଳ ବାହ୍ୟ ବାତାବରଣ କାରଣରୁୁ ଏପରି ସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.