fbpx

ବାରହା ଶିକାର କରି ଗାଁରେ ବିକ୍ରି କରୁଥିଲେ ମାଂସ, ଚଢ଼ଉ କରି ଜଣକୁ ବାନ୍ଧିଲା ସ୍କ୍ୱାର୍ଡ

Advertisement

ଭଞ୍ଜନଗର (ଭାସ୍କର ନ୍ୟୁଜ୍‌): ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅନ୍ତର୍ଗତ ହଳନ୍ଦଖୋଳା ଗ୍ରାମର କୈଳାସ ପ୍ରଧାନ ବାରହା ଶିକାର କରି ସେହି ମାଂସକୁ ଗ୍ରାମରେ ବିକ୍ରି କରୁଥିବା କୈଣସି ସୂତ୍ରରୁ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ଖବର ପାଇବା ପରେ ଶ୍ରୀ ନାୟକଙ୍କ ନିର୍ଦ୍ଧୋଶ କ୍ରମେ ତାରସିଂ ବନପାଳ ଦିଲ୍ଲୀପ କୁମାର ଦାଶଙ୍କ ନେତୃତ୍ୱରେ ସ୍କ୍ୱାର୍ଡ କର୍ମଚାରୀଙ୍କ ସହଯୋଗରେ ଘଟଣାସ୍ଥଳରେ ପହଞ୍ଚି ବିକ୍ରି କରୁଥିବା କୈଳାସ ପ୍ରଧାନଙ୍କୁ ଗିରଫ କରିବା ସହ ମାଂସକୁ ଜବତ କରି ତାରସିଂ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତକରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ମାଂସକୁ କାଯ୍ୟଳୟ ପରିସରରେ ପୋତି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

Get real time updates directly on you device, subscribe now.