ପ୍ରଦୀପ ପାଣିଗ୍ରାହୀ ଙ୍କୁ ଝଟକା ,ଖାରଜ ହେଲା ଜାମିନ ଆବେଦନ

ଭୁବନେଶ୍ୱର,୭ ।୧୨ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଶକ୍ତ ଝଟକା ଲାଗିଛି ,ଏବଂ ତାଙ୍କ  ଜାମିନ ଆବେଦନ ଖାରଜ ହୋଇଛି । ସୋମବାର ଶୁଣାଣି ଶେଷ କରି ଏଡିଜେ-୩ କୋର୍ଟ ବିଧାୟକଙ୍କ ଜାମିନ ଖାରଜ କରିଛନ୍ତି।  ଏହା ପୂର୍ବରୁ ଏସଡିଜେଏମ କୋର୍ଟ ମଧ୍ୟ ବିଧାୟକଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏବେ ଝାରପଡା ଜେଲ୍‌ରେ ଅଛନ୍ତି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ।