ଦୁଷ୍କର୍ମ ମାମଲାରେ ବଳଙ୍ଗା ଏଏସଆଇ ନିଲମ୍ବିତ

ପିପିଲି, ୩ା୧(ଓଡ଼ିଶା ଭାସ୍କର): ପୁରୀ ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହି ଦୁଷ୍କର୍ମ ମାମଲାରେ ତାଙ୍କୁ ଗତକାଲି ଗିରଫ ମଧ୍ୟ କରାଯାଇଥିଲା । ଏହାପୂର୍ବରୁ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ସେ କରିଥିଲେ । ତାଙ୍କୁ ଗିରଫ କରିବା ପରେ ଏହି ମାମଲାର ପିପିଲି ଏସଡ଼ିପିଓ ତଦନ୍ତ ଜାରି ରଖିଥିଲେ । ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଏନେଇ ସୂଚନା ଦେଇଛନ୍ତି ପୁରୀ ଆଡ଼ସିନାଲ ଏସପି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଥିଲା । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପରେ ଏଏସଆଇ ଚିତରଞ୍ଜନ ଦାଶଙ୍କୁ ଅଟକ ରଖି ପିପିଲି ଏସଡ଼ିପିଓ ପଚରାଉଚରା କରୁଥିଲେ । ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ନିଜେ ଅଭିଯୋଗ କରିଥିଲେ ।