“ମୁଁ ପାକିସ୍ତାନ ଯିବିନି” ମୁଁ ଏଠି ଭୋଟ ଦେଉଛି, ମୁଁ ଭାରତରେ ହିଁ ରହିବି…

ବଲାଙ୍ଗିରରେ ପାକିସ୍ତାନୀ ମହିଳା କଲେ ଗୁହାରି । କହିଲେ ମୋ ପରିବାରଠାରୁ ମୋତେ ଅଲଗା କରନି ।

ବଲାଙ୍ଗିର: ମା’ ପାକିସ୍ତାନୀ; ହେଲେ ପରିବାର ସବୁ ଭାରତୀୟ । ବଲାଙ୍ଗିରରେ ରହୁଛନ୍ତି ଶାରଦା କୁକ୍ରେଜା । ଯାହାଙ୍କ ଘର ପାକିସ୍ତାନରେ ।

କେନ୍ଦ୍ରର ନିର୍ଦ୍ଦେଶରେ ରାଜ୍ୟ ସରକାର ଯେତେବେଳେ ପାକିସ୍ତାନୀଙ୍କୁ ତଡ଼ିବା ପାଇଁ ଅଣ୍ଟା ଭିଡିଛି, ସେ ସମୟରେ ଶାରଦା ଚିନ୍ତାରେ ପଡ଼ିଯାଇଛନ୍ତି ।

ଶାରଦାଙ୍କୁ ଛାଡ଼ିଦେଲେ, ତାଙ୍କର ପରିବାରର ସବୁ ଲୋକ ଭାରତୀୟ ।

ପାକିସ୍ତାନରୁ ଆସି କୋରାପୁଟରେ ସେ ପ୍ରଥମେ ରହିଲେ । ଏହାପରେ ଭାରତୀୟଙ୍କୁ ବାହା ହୋଇଗଲେ । ଶାରଦାଙ୍କର ୨ଟି ପିଲା ।

ଝିଅ ବାହାହୋଇ ଶାଶୁଘରେ ଥିବାବେଳେ ପୁଅର ବାହାଘର ହୋଇସାରିଛି । ଭାରତୀୟ ନାଗରିକତ୍ୱ ପାଇବା ପାଇଁ ଶରଦା ବହୁଥର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିପାରି ନ ଥିଲା ।

ପ୍ରତିର୍ବ ଭିସା ଅପଡେଟ୍ କରୁଥିବା ପୁଅ କହିଛନ୍ତି । ସବୁଠାରୁ ରୋଚକ କଥା ଶରଦାଙ୍କୁ ଭାରତୀୟ ନାଗରିକତ୍ୱ ନ ମିଳିଲେ ମଧ୍ୟ ତାଙ୍କର ଭୋଟ ପରିଚୟ ପତ୍ର ଅଛି । ସେ ପ୍ରତିଥର ନିର୍ବାଚନରେ ଗୋଟ ମଧ୍ୟ ଦେଉଛନ୍ତି ।

ଭାରତରେ ରହିବା ତାଙ୍କର ୩୦ରୁ ୩୫ ବର୍ଷ ହୋଇଗଲାଣି । ପାକିସ୍ତାନରେ ତାଙ୍କର କେହି ସମ୍ପର୍କୀୟ ନାହାନ୍ତି । ସେ କେବେ ପାକିସ୍ତାନ ଯାଇ ନାହାନ୍ତି ବୋଲି କହିଛନ୍ତି ।

ଏଥିସହ ପରିବାରଠାରୁ ତାଙ୍କୁ ଅଲଗା ନ କରିବା ପାଇଁ ଶାରଦା ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।