fbpx

ଦେଶର ୩ୟ ସର୍ବାଧିକ ପ୍ରଦୂଷିତ ସହର ପାଲଟିଲା ବାଲେଶ୍ୱର

ଭୁବନେଶ୍ୱର: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(CPCB) ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୟୁାଲିଟି ଇଣ୍ଡେକ୍ସ(AQI) ଅନ୍ତର୍ଗତ ୬ଟି ଶହରାଞ୍ଚଳ ଯଥା ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା, କେନ୍ଦୁଝର ଏବଂ ରାଇରଙ୍ଗପୁରରେ ବାୟୁର ଗୁଣବତ୍ତା ଅତି ଖରାପ ଶ୍ରେଣୀର ଥିବା ରେକର୍ଡ଼ କରାଯାଇଛି । ଏହି କ୍ରମରେ ବାଲେଶ୍ୱର ସହର ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର ଭାବେ ତାଲିକାରେ ସ୍ଥାନ ପାଇଛି ।

CPCBର ତଥ୍ୟ ଅନୁଯାୟୀ ବାଲେଶ୍ୱରର AQI ଅତି ସାଂଘାତିକ ସ୍ତରରେ ରହିଛି । ବିଗତ କତଛି ଦିନ ହେବ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସଂଘାତିକ ସ୍ତର ଆଡ଼କୁ ଗତି କରୁଛି । ତେବେ ଦେଶର ୧୭ଟି ସହର ମଧ୍ୟରେ AQIର ସାଂଘାତିକ ସ୍ତରରେ ରାଜ୍ୟର ୬ଟି ସହର ରହିଛି । ଦିଲ୍ଲୀ ବାୟୁରେ AQI PM(Particulate Matter)-୨.୫ ତଥା ଛୋଟ ଦୂଳିକଣାର ମାତ୍ରା ୩୩୩ ରହିଥିବାବେଳେ ବାଲେଶ୍ୱରର AQI PM-୨.୫ ଏବଂ ଧୂଳିକଣାର ମାତ୍ରା ୩୩୪ରେ ପହଂଚିଛି । ଏହା ବ୍ୟତୀତ ବାରିପଦାର AQI PM- ୨.୫ ମାତ୍ରା ୩୧୬ରେ ପେହଂଚିଥିବାବେଳେ କେନ୍ଦୁଝରରେ ୩୧୪ ଏବଂ ରାଇରଙ୍ଗପୁରରେ ୩୦୮ ରେକର୍ଡ଼ ହୋଇଛି ।
ତେବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପୁର୍ବରୁ ଦାବି କରିଥିଲା ଯେ ଅସ୍ଥାୟୀ କାରଣ ସମେତ ଶହରାଞ୍ଚଳରେ ନିର୍ମାଣ କାର୍ଯ୍ୟ ଯୋଗୁଁ ବାୟୁର ଗୁଣବତ୍ତା ଧିରେ ଧିରେ ହ୍ରାସ ହେବାରେ ଲାଗିଛି ।

Get real time updates directly on you device, subscribe now.