fbpx

ଚଳିତବର୍ଷ ବି ଐତିହାସିକ ବାଲିଯାତ୍ରା ବନ୍ଦ, ଜିଲ୍ଲାପାଳଙ୍କ ସୂଚନା

କଟକ(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ଗତ ଅଢ଼େଇ ବର୍ଷ ହେବ ଅନେକ ପର୍ବପର୍ବାଣୀରେ କଟକଣା ଲାଗିଛି । ଏବେ ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ କଟକଣା ହଟାଇନାହାନ୍ତି ସରକାର । ସେହିପରି ଚଳିତବର୍ଷ ପରି ଏବର୍ଷ ବି ହେବନି କଟକର ଐତିହାସିକ ବାଲିଯାତ୍ରା । କୋଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ କମିଥିଲେ ବି ଜନସମାଗମ ଦୃଷ୍ଟିରୁ ଯାତ୍ରା ସମ୍ଭବ ନୁହେଁ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି ।

Get real time updates directly on you device, subscribe now.