(Video) Captain ବୁମରାହଙ୍କ ନାଁରେ ବଲ୍ ଟାମ୍ପରିଙ୍ଗ ଅଭିଯୋଗ: ଜୋତାରୁ ବାହାରିଲା ସ୍ୟାଣ୍ଡ ପେପର!

ବୁମରାହଙ୍କ ଜୋତାରୁ ବାହାରିଲା ସନ୍ଦିଗ୍ଧ ପଦାର୍ଥ, ମ୍ୟାଚରେ ବଲ୍ ଟାମ୍ପରିଙ୍ଗ କରୁଥିବା ସଙ୍ଗୀନ ଅଭିଯୋଗ ।

ନୂଆଦିଲ୍ଲୀ: ସିଡନୀ ଟେଷ୍ଟରେ ଭାରତର ଅଧିନାୟକ ଜଶପ୍ରୀତ ବୁମରାହଙ୍କୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ମ୍ୟାଚରେ ବଲ୍ ଟାମ୍ପରିଙ୍ଗ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ଅଷ୍ଟ୍ରେଲିଆକୁ ହରାଇବା ପାଇଁ ବଲ୍ ଟାମ୍ପରିଂଙ୍ଗ କରୁଛନ୍ତି ବୁମରାହ ବୋଲି ଏବେ ଚର୍ଚ୍ଚା ହେଉଛି ।

ଜୋତାରୁ ବାହାରିଲା ସ୍ୟାଣ୍ଡ ପେପର: ସୋସିଆଲ ମିଡିଆରେ ବର୍ତ୍ତମାନ ବୁମରାହଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ବୁମରାହଙ୍କ ଜୋତାରୁ ଏକ ପଦାର୍ଥ ବାହାରିଥିଲା, ଯାହାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଅଧିନାୟକ ଜଶପ୍ରୀତ ବୁମରାହ ।

ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା: ମ୍ୟାଚ ମଝିରେ ବୁମରାହ ନିଜ ଜୋତା ଖୋଲିଥିବା ବେଳେ ତାଙ୍କ ଜୋତାରୁ ଏକ ଛୋଟ ଜିନିଷ ବାହାରିଥିଲା । ତେବେ ବୁମରାହ ଏହାକୁ ପୁଣିଥରେ ନିଜ ଜୋତା ଭିତରେ ରଖି ଜୋତା ପିନ୍ଧି ଦେଇଛନ୍ତି ।

ଯାହାକୁ ନେଇ ଏବେ ଖୁବ ଆଲୋଚନା ହେଉଛି । ଜୋତା ଭିତରେ ସ୍ୟାଣ୍ଡ ପେପର ରଖି ବଲ୍ ଟାମ୍ପରିଙ୍ଗ କରୁଥିବା କୁହାଯାଉଛି । ଏହି ଦଳା ରଙ୍ଗର ଜିନିଷଟିକୁ ସ୍ୟାଣ୍ଡ ପେପର ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟପ୍ରେମୀ ।

ଜୋତାରେ କ’ଣ ଥିଲା?

ତେବେ ବୁମରାହଙ୍କ ଜୋତାରୁ ବାହାରିଥିବା ଏହି ଜିନିଷଟି ହେଉଛି ଫିଙ୍ଗର ପ୍ରୋଟେକ୍ସନ ପ୍ୟାଡ୍ । ଏ ନେଇ ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱୀନ ସ୍ପଷ୍ଟ ସୂଚନା ଦେଇଛନ୍ତି । ବୁମରାହ ଜୋତାରେ ଏହି ପ୍ୟାଡ ରଖିଥିବା କହିଛନ୍ତି ଅଶ୍ୱୀନ ।

ଫିଙ୍ଗର ପ୍ରୋଟେକ୍ସନ ପ୍ୟାଡର କାମ: ମ୍ୟାଚ୍ ମଝିରେ ଆଙ୍ଗୁଠିରେ ଆଘାତ ଲାଗିବାରୁ ରକ୍ଷା ପାଇବା ପାଇଁ ଏହା ବ୍ୟବହାର କରାଯାଏ । ଆଙ୍ଗୁଠି ବା ପାଦ ନଖ ଇତ୍ୟାଦିରେ ଆଘାତ ଲାଗିବାରୁ ରକ୍ଷା କରେ ଫିଙ୍ଗ ପ୍ରୋଟେକ୍ସନ ପ୍ୟାଡ୍ ।