ଦେଶବିରୋଧୀ ଶିକ୍ଷା ଦେଉଛି ମଦ୍ରାସା: ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଦେଶରେ ରହିଥିବା ମଦ୍ରାସା ଗୁଡିକରେ ଦେଶ ବିରୋଧୀ ଶିକ୍ଷା ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟ । ଏହା ସହିତ ରାଜ୍ୟରେ ଥିବା ମଦ୍ରାସା ଗୁଡିକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମ।।ଇଙ୍କୁ ଆହ୍ୱାନ ଦେଇଛନ୍ତି । ଶନିବାର ଏକ ସଭାରେ ଯୋଗ ଦେବା ଅବସରରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ରେଣୁକାଚାର୍ଯ୍ୟ । ଏହା ସହିତ ମଦ୍ରାସା ବ୍ୟାନ କରିବା ଉପରେ ପଦକ୍ଷେପ ନେବା ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି ବିଧାୟକ ।

ରାଜ୍ୟରେ ସ୍କୁଲ ରହିଥିବା ବେଳେ ଏଥିରେ ଉଭୟ ହିନ୍ଦୁ, ମୁସଲିମ୍ ଏବଂ ଇସାଇ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି । ଏପରି ପରସ୍ଥିତିରେ ମଦ୍ରାସାର କଣ ଆବଶ୍ୟକତା ରହିଛି ବୋଲି ରେଣୁକାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । କେବଳ ଦେଶଦ୍ରୋହର ଶିକ୍ଷା ଛଡା ଆଉ କିଛି ଶିକ୍ଷା ମିଳୁନାହିଁ ବୋଲି ବିଧାୟକ କହିଥିଲେ । ବୁର୍ଖା ଓ ହିଜାବକୁ ନେଇ କଂଗ୍ରେସ ରାଜନୀତି କରୁଛି ବୋଲି ବିଧାୟକ ଅଭିଯୋଗ କରିଥିଲେ । ଭାରତ ମାତା କି ଜୟକୁ ଅପମାନ ଭାବରେ ଗ୍ରହଣ କରିବାକୁ ଶିକ୍ଷା ଦେଉଥିବା ସଂସ୍ଥା ଅନାବଶ୍ୟକ ବୋଲି କହିଥିଲେ ଏମପି ରେଣୁକାଚାର୍ଯ୍ୟ ।