fbpx

‘ଛକା ମାରିବା’ ଉପରେ ଲାଗିଲା ବ୍ୟାନ୍: ଏଣିକି Sixer ମାରିଲେ ବ୍ୟାଟ୍ସମ୍ୟାନ୍ ହେବେ ଆଉଟ୍, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଗଲି କ୍ରିକେଟରେ ଛକା ମାରିଲେ ବ୍ୟାଟ୍ସମ୍ୟାନ୍ ଆଉଟ ହେବା ଘଟଣା ଆପଣ ଶୁଣିଥିବେ । ଏଣିକି ଏହି ନିୟମ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଲାଗୁ ହେବ । ଇଂଲଣ୍ଡରେ ମଧ୍ୟ ଛକା ମାରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଉଥୱିକ ଏବଂ ସୋରହେମ୍ କ୍ରିକେଟ କ୍ଲବ ବ୍ୟାଟ୍ସମ୍ୟାନଙ୍କ ଛକା ମାରିବା ଉପରେ ବ୍ୟାନ୍ ଲଗାଯାଇଛି । ଷ୍ଟାଡିୟମ ପାଖରେ ରହୁଥିବା ଦର୍ଶକମାନଙ୍କ ପ୍ରପର୍ଟି କ୍ଷତି ପରେ ହେଉଥିବା ଅଭିଯୋଗ ଯୋଗୁଁ ଏଭଳି ଏକ ନିଷ୍ପତ୍ତି ନେଇଛି ଇଂଲଣ୍ଡ କ୍ଲବ । ତେଣୁ ଏଣିକି ମ୍ୟାଚରେ ଛକା ମାରିବା ବ୍ୟାଟ୍ସମ୍ୟାନଙ୍କୁ ଆୁଟ ବୋଲି ଘୋଷଣା କରାଯିବ ।

ସାଉଥୱିକ ଏବଂ ସୋରହେମ କ୍ରିକେଟ କ୍ଲବର କୋଷାଧ୍ୟକ୍ଷ ମାର୍କ ବ୍ରୋକ୍ସଅପ୍ ‘ଛକା ମାରିବା’ ଉପରେ ପ୍ରତିବନ୍ଧକ ନେଇ ସୂଚନା ଦେଇଛି । ଇନ୍ସୁରାନ୍ସ କ୍ଲେମ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ହେଉଥିବା ଆର୍ଥିକ କ୍ଷତିରୁ ମୁକ୍ତି ପାଇବା ପାଇଁ ଏହି ନିୟମ ଲାଗୁ ହୋଇଛି । ଷ୍ଟାଡିୟମ ନିକଟରେ ରହୁଥିବା ଲୋକଙ୍କ ଗାଡ଼ି ଏବଂ ଘର ସମ୍ପତ୍ତି ଇତ୍ୟାଦି ନଷ୍ଟ ହେଉଛି । ଏହାକୁ ନେଇ ଅଭିଯୋଗ ଦାୟର କରାଯାଇଥିଲା । ତେଣୁ ଏହି ଟେନସନରୁ ମୁକ୍ତି ପାଇବା ପାଇଁ ଏହି ପଦକ୍ଷେପ ନେଇଛି ଇଂଲଣ୍ଡ କ୍ଲବ ।

ବ୍ରୋକ୍ସଅପ୍ କହିଛନ୍ତି ଯେ, ପ୍ରଥମେ କ୍ରିକେଟ ଖୁବ ଶାନ୍ତ ମାହୋଲରେ ଖେଳା ଯାଉଥିଲା । କିନ୍ତୁ ଟି-୨୦ ଏବଂ ଦିନିକିଆ ଆରମ୍ଭ ହେବା ପରେ ଖେଳରେ ଆକ୍ରମକତା ଦେଖିବାକୁ ମିଳିଛି । ଏଥିପାଇଁ ଷ୍ଟାଡିୟମ ଆଖପାଖରେ ରହୁଥିବା ଲୋକଙ୍କ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି । ଏ ନେଇ ଜଣେ ୮୦ ବର୍ଷୀୟ ବୟସ୍କ ବ୍ୟକ୍ତି କହିଛନ୍ତି ଯେ, ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍ ଖୁବ ବଡ଼ ବଡ଼ ଶଟ୍ ଖେଳୁଛନ୍ତି । ଫଳରେ ଷ୍ଟାଡିୟମ ମଧ୍ୟ ଛୋଟ ମନେ ହେଉଛି ।

ତେବେ ଇଂଲଣ୍ଡ କ୍ଲବର ନୂଆ ନିୟମ ଅନୁସାରେ, ଏଣିକି ପ୍ରଥମ ଛକା ମାରିବା ପରେ ବ୍ୟାଟ୍ସମ୍ୟାନଙ୍କୁ ୱାର୍ଣ୍ଣିଂ ଦିଆଯିବ । ଏହା ଛକା ହୋଇଥିଲେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ଏଥିରେ କୌଣସି ରନ୍ ମିଳିପାରିବ ନାହିଁ । ଚେତାବନୀ ମିଳିବା ପରେ ଯଦି ବ୍ୟାଟ୍ସମ୍ୟାନ୍ ଛକା ମାରନ୍ତି, ତେବେ ଏହାକୁ ଆଉଟ ବୋଲି ଘୋଷଣା କରି ଦିଆଯିବ । ତେବେ ଇଂଲଣ୍ଡ କ୍ଲବ ଏହି ନିୟମ ଲାଗୁ କରିବା ପରେ ବ୍ୟାଟ୍ସମ୍ୟାନ୍ ଏଥିରେ ଅସନ୍ତୋଷ ଜାହିର କରିଛନ୍ତି ।

Get real time updates directly on you device, subscribe now.