fbpx

ବାଂଲାଦେଶ ହିଂସା: ବିକ୍ଷୋଭକାରୀଙ୍କ ତାଲିବାନ ଅତ୍ୟାଚାର, ଶେଖ ହସିନାଙ୍କ ପାର୍ଟି ଆୱାମି ଲିଗ୍ ନେତାଙ୍କ ହୋଟେଲ ଉପରେ ଆକ୍ରମଣ, ୮ଜଣ ଜୀବନ୍ତ ପୋଡ଼ିଦେଲେ

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ ଜଣ ଲୋକ ଜଳିଯାଇଥିଲେ ଓ ୮୪ ଜଣ ଆହତ ହୋଇଥିଲେ ।

ହୋଟେଲର ମାଲିକ ଥିଲେ ଜେସୋର ଜିଲ୍ଲାର ଆୱାମି ଲିଗର ସାଧାରଣ ସମ୍ପାଦକ ଶାହିନ୍ ଚକଲାଦାର ।

ଡେପୁଟି କମିଶନର ଅବରରୁଲ ଇସଲାମ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ମୃତକଙ୍କ ମଧ୍ୟରୁ ୨୦ ବର୍ଷ ବୟସ୍କ ଚୟନ ଏବଂ ୧୯ ବର୍ଷୀୟ ସେଜନ ହୁସେନ୍ ଥିଲେ ବୋଲି ଜଣାପଡିଛି । ଡାକ୍ତରଖାନାର କର୍ମଚାରୀ ହାରୁନ ରସିଦ କହିଛନ୍ତି ଯେ, ସେଠାରେ ଅତି କମରେ ୮୪ ଜଣ ଲୋକ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର । ସହରର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫାର ଉତ୍ସବ ପାଳନ କରୁଥିଲେ । ଉତ୍ସବ ସମୟରେ କିଛି ଲୋକ ଚିତ୍ରମୋର ଅଞ୍ଚଳର ଜବୀର ହୋଟେଲରେ ନିଆଁ ଲଗାଇ ଏହାର ଆସବାବପତ୍ର ଭାଙ୍ଗିଥିଲେ । ଏହି ସମୟରେ ଆନ୍ଦୋଳନକାରୀମାନେ ଜିଲ୍ଲା ଆୱାମୀ ଲିଗ୍ କାର୍ଯ୍ୟାଳୟ ଏବଂ ଶାରଶା ଏବଂ ବେନାପୋଲ ଅଞ୍ଚଳରେ ଆଉ ତିନି ଜଣ ଆୱାମୀ ଲିଗ୍ ନେତାଙ୍କ ଘର ଉପରେ ଆକ୍ରମଣ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ ଲୋକ ପ୍ରାଣ ହରାଇଛନ୍ତି :-

ବାଂଲାଦେଶରେ ଅଗ୍ନିକାଣ୍ଡ ଏବଂ ହିଂସା ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୩୦୦ ଲୋକ ପ୍ରାଣ ହରାଇଛନ୍ତି । ସୋମବାର ନ୍ୟୁଜ୍ ଏଜେନ୍ସି ଏଏଫପିର ରିପୋର୍ଟରେ ଏଭଳି ଦାବି କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ୩୦୦ ବୋଲି ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ । ରବିବାର ଦିନ ବାଂଲାଦେଶ ରାସ୍ତାରେ ହିଂସା ଘଟିଥିବା ଏଏଫପି ରିପୋର୍ଟରେ ଦର୍ଶାଇଛି । ମୃତ୍ୟୁ ସଂଖ୍ୟା ଅତି କମରେ ୩୦୦ ରେ ପହଞ୍ଚିଛି ।

୧୦୦ ଜଣଙ୍କର ମୃତ୍ୟୁର ସରକାରୀ ପୃଷ୍ଟି :-
ଏହି ସଂଘର୍ଷରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଅତି କମରେ ୩୦୦ ବୋଲି ଏଏଫପି ନିଜ ରିପୋର୍ଟରେ କହିଛି । ରବିବାର ଦିନ ହୋଇଥିବା ଏହି ସଂଘର୍ଷରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି ।

Get real time updates directly on you device, subscribe now.