କ’ଣ ଆପଣବି କରୁଛନ୍ତି ଏହି ସବୁ ଭୁଲ୍ …? ତେବେ ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ
ବ୍ୟାଙ୍କ ଠକେଇ ରୋକିବା ପାଇଁ RBIର ବଡ ନିଷ୍ପତ୍ତି । ବନ୍ଦ ହୋଇଯିବ ୩ ପ୍ରକାର ବ୍ୟାଙ୍କ ଆକାଉଣ୍ଟ ।
ନୂଆଦିଲ୍ଲୀ: ୨୦୨୫ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ବ୍ୟାଙ୍କିଂ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛି । ଆରବିଆଇର ଏ ନିଷ୍ପତ୍ତି କାରଣରୁ କୋଟି କୋଟି ଗ୍ରହକ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ବ୍ୟାଙ୍କ ଠକେଇ ମାମଲାକୁ ରୋକିବା ପାଇଁ ଆରବିଆଇ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ବ୍ୟାଙ୍କିଂ ସେକ୍ଟରରେ ଡିଜିଟାଲାଇଜେଶନକୁ ଗରୁତ୍ୱ ଦେବା ଏବଂ ସାଇବର କ୍ରାଇମ ରୋକିବା ଦିଗରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।
ଗତ ୧୨ ମାସ ହେବ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକ୍ସନ କରାଯାଉ ନାହିଁ ବିଶେଷ କରି ସେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରିବାକୁ ଯାଉଛି ବ୍ୟାଙ୍କ ।
ଯେଉଁ ଆକାଉଣ୍ଟରେ ଜମା ରାଶି ଶୂନ୍ୟ ରହିଛି, ସେ ବ୍ୟାଙ୍କ ଖାତା ବି ବନ୍ଦ ହୋଇଯିବ । ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟରେ ଲମ୍ବା ସମୟ ଧରି ଜିରୋ ବାଲାନ୍ସ ରହିଛି ତେବେ ସେ ଆକାଉଣ୍ଟ ମଧ୍ୟ ବନ୍ଦ କରିଦେବ ଆରବିଆଇ ।
୨ ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ଧରି ଯେଉଁ ଗ୍ରାହକ ଆକାଣ୍ଟରେ କୌଣସି ପ୍ରକାର କାରବାର କରୁ ନାହାନ୍ତି ବ୍ୟାଙ୍କ ସେ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେବ । ଏସବୁ ଆକାଉଣ୍ଟଜରିଆରେ ଲୋକମାନେ ଠକେଇର ଶିକାର ହେଉଛନ୍ତି । ଯାହାର ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ବର୍ଷ ପାଇଁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।