fbpx

ମକର ସଂକ୍ରାନ୍ତିରେ ବ୍ୟାଙ୍କ ବନ୍ଦ କି ଖୋଲା ରହିବ ଜାଣିନିଅନ୍ତୁ, ଏହି ରାଜ୍ୟରେ ଏବେ ଲଗାତର ୫ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ:ମକର ସଂକ୍ରନ୍ତିରେ ବିଭିନ୍ନ ଜୋନ୍‌ରେ ବ୍ୟାଙ୍କ ଛୁଟୀ ରହିବ । ତାମିଲନାଡୁରେ ୫ ଦିନ ଲମ୍ବା ଛୁଟୀ ରହିବ । ୧୩, ୧୪, ୧୫ ସମସ୍ତ ରାଜ୍ୟରେ ବ୍ୟାଙ୍କ ଛୁଟୀ ରହିବା ସହିତ ୧୬ ଜାନୁୟାରୀରେ ଥିିରୁବଲ୍ଲୁଭର ଦିବସ ଲାଗି ତାମିଲନାଡୁରେ ବ୍ୟାଙ୍କ ବନ୍ଦ ରହିବ । ୧୭ ଜାନୁୟାରୀରେ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ କାରଣରୁ ପଞ୍ଜାବ ଓ ତାମିଲନାଡୁରେ ବ୍ୟାଙ୍କ ଛୁଟୀ ରହିବ ।

ଆଜିକାଲି ଅନଲାଇନରେ ସବୁ କାମ ହୋଇଯାଉଥିଲେ ବି ଏପରି ବହୁ କାମ ରହିଛି ଯେଉଁଥିପାଇଁ ବ୍ୟାଙ୍କକୁ ଯିବାକୁ ପଡିଥାଏ । କିନ୍ତୁ ଆପଣ ବ୍ୟାଙ୍କର କୌଣସି ବି ବ୍ରାଞ୍ଚ ଯାଉଥିଲେ ଛୁଟୀ ଲିଷ୍ଟକୁ ଭଲ ଭାବରେ ଦେଖି ଯାଆନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ଷ ଆରମ୍ଭରେ ହିଁ ଜୋନ୍‌ୱାରି ଛୁଟୀ ଲିଷ୍ଟ ଜାରି କରି ସାରିଛନ୍ତି । ଜାନୁୟାରୀ ମାସରେ ଦ୍ୱିତୀୟ ଓ ୪ର୍ଥ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୬ ଦିନ ବ୍ୟାଙ୍କ ଛୁଟୀ ପଡୁଛି । ଏଥର ମକର ସଂକ୍ରାନ୍ତି ସୋମବାର ୧୫ ଜାନୁୟାରୀରେ ପଡୁଛି । ଏପରି ସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ମକର ସଂକ୍ରାନ୍ତିରେ ବ୍ୟାଙ୍କ ଛୁଟୀ ରହିବ କି ? ଯଦି ଛୁଟୀ ରହିବ ତେବେ ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଏକ ଲଙ୍ଗ ୱିକଏଣ୍ଡ ରହିବ ।

ଆରବିଆଇ ୱେବସାଇଟ୍ ଅନୁଯାୟୀ ମକର ସଂକ୍ରାନ୍ତି ଦିନ କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ସିକ୍କିମ, ଆସାମ ଓ ଆନ୍ଧ୍ରପ୍ରଦେଶରେ ବ୍ୟାଙ୍କ ଛୁଟୀ ରହିବ । ଏହା ପୂର୍ବରୁ ଦ୍ୱିତୀୟ ଶନିବାର ଓ ରବିବାର ପାଇଁ ୧୩ ଓ ୧୪ରେ ବ୍ୟାଙ୍କ ଛୁଟୀ ରହିଛି । ତେବେ ତାମିଲନାଡୁରେ ଲଗାତର ୫ ଦିନ ଲାଗି ବ୍ୟାଙ୍କ ଛୁଟୀ ରହିବ ।

Get real time updates directly on you device, subscribe now.