fbpx

ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ: ଦେଖନ୍ତୁ RBIର ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଏପ୍ରିଲ ମାସ ଆରମ୍ଭ ହେବା ମାତ୍ରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯିବ । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ଅନେକ ପରିବର୍ତ୍ତନ ଏପରି ହୋଇଯିବ, ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ସେହିପରି ଏପିଅ୍ରଲ ମାସରେ ବ୍ୟାଙ୍କଗୁଡ଼ିକ ଅଧା ଦିନ ବନ୍ଦ ରହିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସହ ଜଡ଼ିତ କାମ ରହିଛି, ତେବେ ବ୍ୟାଙ୍କର ଛୁଟିର ସମ୍ପୂର୍ଣ୍ଣ ଲିଷ୍ଟ ଚେକ୍ କରନ୍ତୁ । ତେବେ ଆସନ୍ତୁ ଦେଖିବା ଏପ୍ରିଲ ମାସର ବ୍ୟାଙ୍କ ଛୁଟି ଲିଷ୍ଟ…

ଦେଶର ଅଧିକାଂଶ ବ୍ୟାଙ୍କ କାର୍ଯ୍ୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ତିଆ(RBI) ଦ୍ବାରା ନିୟନ୍ତ୍ରିତ । ରିଜର୍ଭ ବ୍ୟାଙ୍କର ସହମତି ପରେ ଅନ୍ୟ ସମସ୍ତ ବ୍ୟାଙ୍କର ଛୁଟି ସ୍ଥିର ହୋଇଥାଏ । ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ରବିବାର ଦିନ ମଧ୍ଯ ବନ୍ଦ ରହିଥାଏ । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ୨୦୨୩ରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ସହିତ ରବିବାର ସମେତ ବ୍ୟାଙ୍କ ଗୁଡ଼ିକ ସମୁଦାୟ ୧୫ ଦିନ ବନ୍ଦ ରହିବ ।

୪ ଏପ୍ରିଲରେ ମହାବୀର ଜୟନ୍ତୀ ଛୁଟି

ଏହି ମାସର ପ୍ରଥମ ଛୁଟି ୧ ଏପ୍ରିଲ ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦରୁ ଆରମ୍ଭ ହେବ। ୪ ଏପ୍ରିଲରେ ମହାବୀର ଜୟନ୍ତୀ ପଡୁଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ । ପୂରା ମାସରେ ବ୍ୟାଙ୍କ କାର୍ଯ୍ୟ ନେଇ କୌଣସି ସମସ୍ୟା ଦେଖାଦେବ ନାହିଁ । ଏହି ସମୟ ମଧ୍ଯରେ ଏଟିଏମ୍, ଟଙ୍କା ଡି଼ପୋଜିଟ୍ , ଅନଲାଇନ ଓ ମୋବାଇଲ ବ୍ୟାଙ୍କିଙ୍ଗ କାର୍ଯ୍ୟ ଜାରି ରହିବ। ଛୁଟି ବିଭିନ୍ନ ରାଜ୍ୟ ଅନୁଯାୟୀ ବଦଳିପାରେ ।

ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ରବିବାର ବ୍ୟତୀତ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ମଧ୍ଯ ବନ୍ଦ ରହିଥାଏ । Negotiable Instruments Act ଅନୁଯାୟୀ, ଆରବିଆଇ ୧,୪,୫,୭,୧୪,୧୫,୧୮,୨୧ ଓ ୨୨ ଏପ୍ରିଲରେ ବ୍ୟାଙ୍କ ଛୁଟି ଘୋଷଣା କରିଛି । ଏହାଛଡ଼ା ଏପ୍ରିଲ ୨,୯,୧୬ରେ ୫ଟି ରବିବାର ପଡୁଛି । ୮ ଓ ୨୨ ଏପ୍ରିଲରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ଏହି ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।

ଛୁଟି ତାଲିକା

ଏପ୍ରିଲ୍ ୧, ୨୦୨୩ (ଶନିବାର): ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ

ଏପ୍ରିଲ୍ ୨, ୨୦୨୩ (ରବିବାର): ଛୁଟିଦିନ

ଏପ୍ରିଲ୍ ୪, ୨୦୨୩ (ମଙ୍ଗଳବାର) – ମହାବୀର ଜୟନ୍ତୀ

ଏପ୍ରିଲ୍ ୫, ୨୦୨୩ (ବୁଧବାର) – ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ

ଏପ୍ରିଲ୍ ୭, ୨୦୨୩ (ଶୁକ୍ରବାର) – ଗୁଡ଼ ଫ୍ରାଇଡ଼େ

ଏପ୍ରିଲ୍ ୮ ୨୦୨୩ (ଶନିବାର) – ମାସର ଦ୍ୱିତୀୟ ଶନିବାର

ଏପ୍ରିଲ୍ ୯, ୨୦୨୩ (ରବିବାର) – ଛୁଟିଦିନ

ଏପ୍ରିଲ୍,୧୪ ୨୦୨୩ (ଶୁକ୍ରବାର) – ବାବାସାହେବ ଆମ୍ବେଦକର ଜୟନ୍ତୀ / ବୋହାଗ ବିହୁ / ଚେରୋବା / ବାଇସାଖୀ / ବାଇସାଖୀ / ତାମିଲ ନୂଆ ବର୍ଷ/ ମହା ବିଷୁବ ସଙ୍କ୍ରାନ୍ତି / ବିଜୁ ମହୋତ୍ସବ / ବିଷୁ ମହୋତ୍ସବ

ଏପ୍ରିଲ୍ ୧୫, ୨୦୨୩ (ଶନିବାର) – ବିଷ୍ଣୁ / ବୋହାଗ ବିହୁ / ହିମାଚଳ ଦିବସ / ବଙ୍ଗାଳୀ ନବ ବର୍ଷ

ଏପ୍ରିଲ୍ ୧୬, ୨୦୨୩ (ରବିବାର) – ଛୁଟିଦିନ

ଏପ୍ରିଲ୍ ୧୮, ୨୦୨୩ (ମଙ୍ଗଳବାର) – ଶାବ-ଇ-କଦର

ଏପ୍ରିଲ୍ ୨୧, ୨୦୨୩ (ଶୁକ୍ରବାର) – ଇଦ୍-ଉଲ୍-ଫିତର (ରମଜାନ୍ ଇଦ୍) / ଗରିଆ ପୂଜା / ଜୁମାତ୍-ଉଲ୍-ବିଦା

Get real time updates directly on you device, subscribe now.