‘ସୁଭଦ୍ରା’ ପାଇଁ ପରିବର୍ତ୍ତନ ହେଲା ବ୍ୟାଙ୍କ ସମୟ, ବ୍ୟାଙ୍କ କତ୍ତୃପକ୍ଷଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଆବେଦନର ଶେଷ ତାରିଖ ୨୦୨୫ ମାର୍ଚ୍ଚ ୭ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତେବେ ଏପର୍ଯ୍ୟନ୍ତ ୧ କୋଟି ୪୬ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି। ତେବେ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ, ଏହି ଦିନ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ। ଏଥିପାଇଁ ବ୍ୟାଙ୍କ ଆଗରେ ଭିଡ ଲାଗି ରହୁଛି। ଏନେଇ ବର୍ତ୍ତମାନ ବ୍ୟାଙ୍କ ସମୟ ବଦଳିଛି।

ସୁଭଦ୍ରା ପାଇଁ ୧୦ଟା ପରିବର୍ତ୍ତେ ସାଢେ ୮ଟାରେ ବ୍ୟାଙ୍କ ଖୋଲିଛି। କେୱାଇସି ଅପଡେଟ ପାଇଁ ବ୍ୟାଙ୍କରେ ପ୍ରବଳ ଭିଡ ଲାଗି ରହିଛି। ଏହି ଭିଡକୁ ଦୃଷ୍ଟିରେ ରଖି ବ୍ୟାଙ୍କ କତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ହେଲେ ଏଥିରୁ କିଛି ମହିଳା ବାଦ୍ ପଡିଛନ୍ତି। ଏହି ମହିଳାମାନଙ୍କୁ ବ୍ୟସ୍ତ ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ ମିତ୍ର ଏନେଇ ତାଲିକା ପ୍ରସ୍ତୁତ କରିବେ ଏବଂ ମହିଳାଙ୍କ ପାଖକୁ ଯାଇ ସମସ୍ୟା ଦୂର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।