Bank Jobs 2025: ବ୍ୟାଙ୍କ ଅଫ୍ ବରୋଦାରେ ବମ୍ପର ପଦବୀ ପାଇଁ ନିଯୁକ୍ତି, ପାଖେଇ ଆସୁଛି ଶେଷ ତାରିଖ

ବ୍ୟାଙ୍କ ଅଫ୍ ବରୋଦାରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ।

ନୂଆଦିଲ୍ଲୀ: ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିଅର ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ୍ ବରୋଦା ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛି ।

ଏବେ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୧୪୬ଟି ପଦବୀରେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଛି ।

ଏହି ଅଭିଯାନ ମାଧ୍ୟମରେ ମୋଟ ୧୪୬ଟି ପଦବୀ ପୂରଣ କରାଯିବ । ଏଥିରେ ସିନିୟର ରିଲେସନସିପ୍ ମ୍ୟାନେଜରର ୧୦୧ଟି ପଦବୀ, ଟେରିଟୋରୀ ହେଡ୍‌ର ୧୭ଟି ପଦବୀ, ୱେଲ୍ଥ ଷ୍ଟ୍ରାଟେଜିଷ୍ଟର ୧୮ଟି ପଦବୀ, ପ୍ରାଇଭେଟ୍ ବ୍ୟାଙ୍କର – ରେଡିଆନ୍ସ ପ୍ରାଇଭେଟ୍ ପାଇଁ ୩ଟି ପଦବୀ, ଗ୍ରୁପ୍ ହେଡ୍ ପାଇଁ ୪ଟି ପଦବୀ ।

ସେହିପରି ଡେପୁଟି ଡିଫେନ୍ସ ବ୍ୟାଙ୍କିଂ ଆଡଭାଇଜର ପାଇଁ ୧ଟି ପଦବୀ, ପ୍ରଡକ୍ଟ ହେଡ୍ – ପ୍ରାଇଭେଟ୍ ବ୍ୟାଙ୍କିଂ ପାଇଁ ୧ଟି ପଦବୀ ଏବଂ ପୋର୍ଟଫୋଲିଓ ରିସର୍ଚ୍ଚ ଆନାଲିଷ୍ଟ ପାଇଁ ୧ଟି ପଦବୀ ପୂରଣ କରାଯିବ ।

ନିଯୁକ୍ତି ପାଇଁ ଆବେଦନ କରିବାକୁ, ପ୍ରାର୍ଥୀଙ୍କୁ ଆବେଦନ ଫି ଦେବାକୁ ପଡିବ। ଜେନେରାଲ/ଓବିସି/ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀମାନଙ୍କୁ ୬୦୦ ଟଙ୍କା ଫି ଦେବାକୁ ପଡିବ । ଯେଉଁଠାରେ ଏସସି/ଏସଟି/ପିଡବ୍ଲୁଡି ଏବଂ ମହିଳା ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଫି ଦେବାକୁ ପଡିବ ।

ତେବେ ଏହି ଚାକିରି କଣ୍ଟ୍ରାଚୁଆଲ ବୋଲି କୁହାଯାଇଛି । ବ୍ୟାଙ୍କ ଅଫ୍ ବରୋଦାର ୱେବସାଇଟ୍ www.bankofbaroda.in ଭିଜିଟ୍ କରନ୍ତୁ । ହୋମପେଜରେ “କ୍ୟାରିଅର” ଟ୍ୟାବକୁ ଯାଆନ୍ତୁ ଏବଂ କରେଣ୍ଟ ଅପରଚୁନେଟି ଉପରେ କ୍ଲିକ୍ କରନ୍ତୁ ।

ସମ୍ପର୍କିତ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ଆବେଦନ ଫର୍ମ ପୂରଣ କରନ୍ତୁ, ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ଫିସ୍ ଦିଅନ୍ତୁ । ଫର୍ମଟି ଦାଖଲ କରି ପ୍ରିଣ୍ଟ ବାହାର କରିପାରିବେ ।

ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ୨୫ ଏପ୍ରିଲ ସୁଦ୍ଧା ଆବେଦନ କରିବା ଉଚିତ । ଶେଷ ତାରିଖ ଶେଷ ହେବା ପରେ ସେମାନଙ୍କୁ ଆବେଦନ କରିବାର ସୁଯୋଗ ମିଳିବ ନାହିଁ ।