fbpx

ସ୍ପେସାଲ fixed deposit ସ୍କିମ୍ ଲଞ୍ଚ୍ କଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆ(BOI) ଗ୍ରାହକଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୬୬୬ ଦିନର ସ୍ପେସାଲ fixed deposit ସ୍କିମ୍ ଲଞ୍ଚ୍ କରିଛି । ଏହା ଅନ୍ତର୍ଗତ ସୁପର ସିନିୟର ନାଗରିକଙ୍କ ପାଇଁ ଜମା ରାଶି ଉପରେ ସୁବିଧା ମିଳିବ ।

ସୁପର ସିନିୟର ନାଗରିକ ଅର୍ଥାତ ୮୦ ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ୬୬୬ ଦିନର ସ୍ପେସାଲ fixed deposit ସ୍କିମ୍ ଅନ୍ତର୍ଗତ ୨ କୋଟି ଟଙ୍କାରୁ କମ୍ ଜମା ରାଶି ଉପରେ ବାର୍ଷିକ ୭.୯୫% ହାରରେ ସୁଧ ପାଇବେ । ସେହିପରି ଏହି ସ୍ପେସାଲ ସ୍କିମ୍ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୭.୮ % ଏବଂ ସାଧାରଣ ନାଗରିକଙ୍କୁ ୭.୩% ସୁଧ ମିଳିବ । ଏହି ସ୍କିମ୍ ଜୁନ୍ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି ।

ଋଣ ଏବଂ early withdrawl ସୁବିଧା ଉପଲବ୍ଧ

ଏହି ସ୍ପେସାଲ fixed deposit ସ୍କିମ୍ ଅନ୍ତର୍ଗତ ନିବେଶକମାନେ ଋଣ ଏବଂ ସମୟ ପୂର୍ବରୁ ଟଙ୍କା ଉଠାଣ ସୁବିଧା ପାଇପାରିବେ । ଏଥିପାଇଁ ଗ୍ରାହକମାନେ ଯେକୌଣସି ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଯାଇ କିମ୍ବା BOI ଓମନି ନିଓ ଆପ୍‌/ ଇଣ୍ଟରନେଟ୍ ବ୍ୟାଙ୍କି ଦ୍ୱାରା ଏହି ସୁବିଧାର ଲାଭ ଉଠାଇପାରିବେ । ଏହି ବ୍ୟାଙ୍କର fixed deposit ଯୋଜନା ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ରହିଛି । ଏହା ସହ ଗ୍ରହକଙ୍କୁ ୩%ରୁ ୭.୬୭% ପର୍ଯ୍ୟନ୍ତ ସୁଧହାର ମଧ୍ୟ ପ୍ରଦାନ କରିଇାଏ । ବାର୍ଷିକ ଅବଧି ପାଇଁ ବ୍ୟାଙ୍କ ୧୦ କୋଟି ଟଙ୍କା ଏବଂ ତଦୁର୍ଦ୍ଧ୍ୱ ଏଫଡି ଉପରେ ସର୍ବାଧିକ ୭.୬୭% ସୁଧହାର ପ୍ରଦାନ କରୁଛି । ସେହିପରି ବାର୍ଷିକ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କିନ୍ତୁ ୧୦ କୋଟି ଟଙ୍କାରୁ କମ୍ ଏଫଡି ଉପରେ ବ୍ୟାଙ୍କ ୭.୨୫% ସୁଧହାର ପ୍ରଦାନ କରୁଛି ।

Get real time updates directly on you device, subscribe now.