fbpx

ଏପ୍ରିଲରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ଦେଖନ୍ତୁ RBIର ଲିଷ୍ଟ୍

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ଆରମ୍ଭ ୧ ଏପ୍ରିଲ ୨୦୨୨ରୁ ହେବାକୁ ଯାଉଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ବ୍ୟାଙ୍କରେ କୌଣସି କାମ ହୋଇନଥାଏ । ଏହା ସହ ଏପ୍ରିଲରେ ଅଲଗା ଅଲଗା ସ୍ଥାନରେ ମୋଟ ୩୦ ଦିନରୁ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏପ୍ରିଲ୍ ୨୦୨୨ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ଆରବିଆଇର ଏହି ତାଲିକା ଅନୁଯାୟୀ, ଆସନ୍ତା ଏପ୍ରିଲରେ ବ୍ୟାଙ୍କଗୁଡିକ ସାପ୍ତାହିକ ଛୁଟି ସମେତ ମୋଟ ୧୫ ଦିନ ବନ୍ଦ ରହିବ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ଛୁଟିଦିନର ତାଲିକା ଅନୁଯାୟୀ ବ୍ୟାଙ୍କିଙ୍ଗ୍ ଛୁଟି ସମଗ୍ର ଦେଶରେ ଏକାସାଙ୍ଗରେ ହୁଏ ନାହିଁ । ଅନେକ ଛୁଟିଦିନ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡ଼ିକର ବିଜ୍ଞପ୍ତି ଉପରେ କିମ୍ବା ସେହି ରାଜ୍ୟଗୁଡ଼ିକରେ ବିଶେଷ ଉତ୍ସବ ଉପରେ ନିର୍ଭର କରେ ।

ଦେଖନ୍ତୁ ବ୍ୟାଙ୍କ ଛୁଟିର ଲିଷ୍ଟ୍:-
ଏପ୍ରିଲ୍ ୧ – ବ୍ୟାଙ୍କ ଆକାଉଣ୍ଟଗୁଡିକର ଆନୁଆଲ କ୍ଲୋଜିଂ – ପ୍ରାୟ ସମସ୍ତ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ

ଏପ୍ରିଲ ୨- ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ।

ଏପ୍ରିଲ ୩- ରବିବାର।

ଏପ୍ରିଲ ୪- ସରିହୁଲ- ରାଞ୍ଚିରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୫- ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ- ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୯- ଶନିବାର (ମାସର ଦ୍ଵିତୀୟ ଶନିବାର)

ଏପ୍ରିଲ ୧୦- ରବିବାର।

ଏପ୍ରିଲ ୧୪- ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ/ମହାବରୀ ଜୟନ୍ତୀ/ବୈଶାଖୀ/ତାମିଲ ନବବର୍ଷ/ବିଜୁ ଫେଷ୍ଟିଭାଲ/ ବୋହାର ପ୍ରାୟତଃ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୧୫- ଗୁଡ ଫ୍ରାଇଡେ/ ବଙ୍ଗାଳି ନବବର୍ଷ/ ହିମାଚଳ ଦିବସ/ ବିଶୁ/ ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୧୬- ବୋହାଗ ବିୟୁ- ଗୌହାଟୀରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୧୭- ରବିବାର

ଏପ୍ରିଲ ୨୧- ଗଡିଆ ପୂଜା, ଅଗରତାଲାରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୨୩- ଶନିବାର(ମାସର ଚତୁର୍ଥ ଶନିବାର)।

ଏପ୍ରିଲ ୨୪- ରବିବାର।

ଏପ୍ରିଲ ୨୯- ଶବ ଇ କଦ/ଜୁମାତ-ଉଲ-ବିଦା, ଜମ୍ମୁ ଓ କଶ୍ମୀରରେ ବ୍ୟାଙ୍କ ବନ୍ଦ।

Get real time updates directly on you device, subscribe now.