fbpx

(Video) ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମୁମ୍ବାଇସ୍ଥିତ ବାସଭବନରେ ବାପିଙ୍କର ୬୯ ବର୍ଷ ବୟସରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗତ ୬ ତାରିଖରେ ସୁର ସାମ୍ରାଜ୍ଞୀ ଲତାଙ୍କର ପରଲୋକ ଘଟିଥିବା ବେଳେ ବାପିଙ୍କ ଅଚାନକ ମୃତ୍ୟୁ ସଙ୍ଗୀତ ଜଗତରେ ଦୁଇଟି ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବାପି ଏକାଧିକ ରୋଗରେ ପୀଡ଼ିତ ରହିବା ସହ ଆଜି ସକାଳୁ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଗତବର୍ଷ ବାପି କୋଭିଡ-୧୯ରେ ସଂକ୍ରମିତ ହେବା ପରେ ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ସେ କୋଭିଡରୁ ସୁସ୍ଥ ହୋଇଥିଲେ । ତାଙ୍କର ପରିବାରରେ ପତ୍ନୀ ଚିତ୍ରାନୀ ଓ ଝିଅ ତଥା ଗାୟିକା ରେମା ଲହରୀ ବଂସଲ ଅଛନ୍ତି । ବାପି ହିନ୍ଦି, ବଙ୍ଗାଳି, ତାମିଲ, ତେଲୁଗୁ ଓ କନ୍ନଡ଼ ଆଦି ଭାଷାରେ ଗୀତ ଗାଇଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି ଅଲୋକେଶ ଲହରି, ମାତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ବାପି ଲାହିରି ନାମରେ ସମସ୍ତେ ଜାଣନ୍ତି । ସେ ଏକାଧାରରେ ଜଣେ ସିଙ୍ଗର, କମ୍ପୋଜର, ରାଜନେତା, ରେକର୍ଡ ପ୍ରଡ୍ୟୁସର ଅଟନ୍ତି । ସେ ଭାରତୀୟ ମ୍ୟୁଜିକକୁ ଡିସ୍କୋ ମ୍ୟୁଜିକକୁ ଏକ ଅଲଗା ଷ୍ଟାଇଲରେ ନେଇ ଆସିଥିଲେ । ସେ ଡିସ୍କୋ ଡ୍ୟାନ୍ସର, ବାରଦାତ, ନମକ ହଲାଲ, ଶରାବୀ, କମାଣ୍ଡୋ ଫରି ଫିଲ୍ମରେ ହିଟ୍ ଟ୍ରାକ୍ ଦେଇ ଫେମସ୍ ହୋଇଥିଲେ ।

Get real time updates directly on you device, subscribe now.