fbpx

ଅନୁଭବ ଆଉଟ୍, ବର୍ଷା ଇନ୍: ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ଓଲିଉଡ୍ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ଓଲିଉଡର ହଟେଷ୍ଟ କପଲ୍ ଭାବେ ସବୁଠୁ ଆଗରେ ଥିଲେ ଅନୁଭବ ଆଉ ବର୍ଷା । ତେବେ ସମୟ ଗଡ଼ି ଚାଲିବା ସହ ଏହି ଦମ୍ପତିଙ୍କ ରିଲେସନସିପରେ ଆସିଥିଲା ଝଡ଼ । ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସହ ଅନୁଭବଙ୍କର ରିଲେସନ ଥିବା ନେଇ ଗଣମାଧ୍ୟମରେ ବହୁ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା । ଏହା ମଧ୍ୟରେ ଥାର୍ଡ ପର୍ସନ ଏହି ଦମ୍ପତିଙ୍କ ପାରିବାରିକ ବିବାଦରେ ହସ୍ତକ୍ଷେପ କରିଛନ୍ତି । ଦମ୍ପତିଙ୍କର ମାମଲା କୋର୍ଟରେ ବିଚାରାଧୀନ ରହିଛି । ତେବେ ନିକଟରେ ବର୍ଷା ବିଜେଡି ପକ୍ଷରୁ ବିଭିନ୍ନ ଜିଲ୍ଲା ଗସ୍ତ କରି ଭୋଟ ଭିକ୍ଷା କରିଛନ୍ତି । ବର୍ଷା ଓଲିଉଡର ଜଣେ ଆଗଧାଡ଼ିର ନାୟିକା ସହ ତାଙ୍କର ପବ୍ଲିକରେ ଗୁଡ୍ ଇମେଜ୍ ରହିଛି । ତେଣୁ ବର୍ଷା ଆସନ୍ତା ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି । ତେବେ ଏହି ଚର୍ଚ୍ଚା କେତେଦୂର ସତ, ତାହା ସମୟ ଆସିଲେ ଜଣାପଡ଼ିବ ।

ଅନ୍ୟପକ୍ଷରେ, ସିନେ ଜଗତରେ ସଫଳତା ହାସଲ କରିବା ପରେ ଅନୁଭବ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ୨୦୧୯ ନିର୍ବାଚନରେ ବିଜେଡି ଅନୁଭବଙ୍କୁ ଷ୍ଟାର ପ୍ରଚାରକ ଭାବେ ନିଯୁକ୍ତି କରିଥିବା ବେଳେ ତା’ ପୂର୍ବରୁ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ସମସ୍ତ ଦଳୀୟ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କ ସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଅନୁଭବଙ୍କୁ ଦେଖିବାକୁ ମିଳିଥିଲା । ବିଜେଡି ସୁପ୍ରିମୋଙ୍କର ଗୁଡ ବଏ ତାଲିକାରେ ଥିଲେ ସେ । ତେବେ ପରବର୍ତ୍ତୀ ସମୟରେ ପାରିବାରିକ ବିବାଦକୁ ନେଇ ସେ ସମସ୍ୟାରେ ପଡ଼ିଥିଲେ । ଏପରିକି ସେ ନିଜ ନିର୍ବାଚନ ମଣ୍ଡଳୀ ସହ ଅନ୍ୟ ସମସ୍ତ ସଭା ସମିତିରେ ପୂର୍ବରୁ ଭଳି ସକ୍ରିୟ ରହୁନଥିବା ଦେଖାଯାଇଥିଲା । ତେଣୁ ଧୀରେଧୀରେ ଅନୁଭବଙ୍କ ଉପରୁ ସୁପ୍ରିମୋଙ୍କ ଆସ୍ଥା କିଛି ମାତ୍ରାରେ ତୁଟିଥିବା ଆଲୋଚନା ହୋଇଥିଲା । ବର୍ତ୍ତମାନ ନିରବ ରହିଥିବା ବେଳେ ବର୍ଷା ବିଜେଡିର ପ୍ରଚାର କାର୍ଯ୍ୟ ସହ ସମାଜସେବାରେ ବ୍ୟସ୍ତ ରହୁଛନ୍ତି । ତେଣୁ ଅନୁଭବ ଗୋଇଂ, ବର୍ଷା ଇନ୍ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.