fbpx

ଅନଲାଇନ୍ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ ଆଣିଲା IRCTC, ଜାଣନ୍ତୁ କଣ ରହିଛି ନୂଆ

ନୂଆଦିଲ୍ଲୀ: ରେଳଯାତ୍ରୀ ମାନେ ଧ୍ୟାନ ଦିଅନ୍ତୁ । ଏହି ଖବର ଆପଣ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଅନଲାଇନ୍ ରେ ଟିକେଟ୍ ବୁକିଂ କରୁଛନ୍ତି ତାହେଲେ ଏହି ଖବର ଉପରେ ଧ୍ୟାନ ଦେବେ ନିଶ୍ଚୟ । ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ରେ ଅନଲାଇନ୍ ଟିକେଟ୍ ବୁକିଂ ନିୟମରେ କିଛି ପରିବର୍ତ୍ତନ ଅଣାଯାଇଛି । ରେଳ ଯାତ୍ରୀଙ୍କୁ ଏବେ ମୋବାଇଲ୍ ଓ ଇ-ମେଲ୍ ଭେରିଫିକେସନ୍ କରିବାକୁ ହେବ । ଏହାପରେ ଯାଇ ଟିକେଟ୍ ପାଇପାରିବେ ।

କରୋନା ସଂକ୍ରମଣ କାଳରେ ଲମ୍ବା ସମୟ ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରିନଥିବା ଯାତ୍ରୀଙ୍କ ପାଇଁ ଏହି ନୂଆ ନିୟମ ତିଆରି କରାଯାଇଛି । ଏପରି ଲୋକମାନେ ଅନଲାଇନ୍ ଟିକେଟ୍ କିଣିବା ପାଇଁ ପ୍ରଥମେ ମୋବାଇଲ୍ ନମ୍ବର ଓ ଇମେଲ୍ ଭେରିଫିକେସନ୍ କରିବାକୁ ପଡ଼ିବ । ଏହାପରେ ଯାଇ ଆପଣ ଟିକେଟ୍ ପାଇପାରିବେ । ଯେଉଁ ମାନେ ନିୟମିତ ଟିକେଟ୍ ବୁକିଂ କରୁଛନ୍ତି ସେମାନଙ୍କୁ ଏହା କରିବା କିଛି ଆବଶ୍ୟକ ନାହିଁ ।

 

Get real time updates directly on you device, subscribe now.