fbpx

ପେନସନକୁ ନେଇ ନୂଆ ନିୟମ ଆଣିଲେ ସରକାର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି ସରକାର । ଜାରି କରାଯାଇଥିବା ନିୟମ ଅନୁସାରେ, ମୃତ ସରକାରୀ କର୍ମଚାରୀଙ୍କ ମାନସିକ ବିକାରଗ୍ରସ୍ତ ଶିଶୁଙ୍କୁ ମଧ୍ୟ ଫ୍ୟାମିଲି ପେନସନର ସୁବିଧା ମିଳିବ । ଯେଉଁ ଶିଶୁମାନେ ମାନସିକ ସ୍ତରରେ ଭିନ୍ନକ୍ଷମ, ସେମାନେ ବି ଫ୍ୟାମିଲି ପେନସନ ପାଇବାର ହକଦାର ।

ତେବେ ମାନସିକ ବିକୃତିର ଶିକାର ହୋଇଥିବା ପିଲାମାନଙ୍କୁ ଫ୍ୟାମିଲି ପେନସନର ଲାଭ ନମିଳିଲେ ସେମାନଙ୍କ ରକ୍ଷଣାବେକ୍ଷଣା ଓ ଭରଣ-ପୋଷଣରେ ସମସ୍ୟା ହୋଇଥାଏ, କାହିଁକି ନା ସେମାନେ ନିଜର ଭରଣପୋଷଣ କରିବାକୁ ଅସମର୍ଥ ହୁଅନ୍ତି । ଏହି ପିଲାମାନେ ଅନ୍ୟ ଉପରେ ନିର୍ଭର କରିଥାନ୍ତି ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ‘ପେନସନ୍ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଲୋକଙ୍କ ସହ କଥାବାର୍ତ୍ତା କରି ଜାଣିବାକୁ ପାଇଛି ଯେ, ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କୁ ଫ୍ୟାମିଲି ପେନସନର ଲାଭ ଦେଉନାହିଁ । ଏଭଳି ମାନସିକ ବିକାରଗ୍ରସ୍ତ ପିଲାମାନଙ୍କୁ ବ୍ୟାଙ୍କଗୁଡ଼ିକ ପେନସନ ଦେବାକୁ ମନା କରୁଛନ୍ତି । ବ୍ୟାଙ୍କଗୁଡ଼ିକ ଏହି ପିଲାମାନଙ୍କଠାରୁ କୋର୍ଟ ଦ୍ୱାରା ଦିଆଯାଇଥିବା ଅଭିଭାବକ ପ୍ରମାଣପତ୍ର ମାଗୁଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏଥିପାଇଁ ଉତ୍ତମ ଶାସନ ମନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି । ଏଣିକି ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କ ଠାରୁ ଅଭିଭାବକ ପ୍ରମାଣପତ୍ର ଉପରେ ଜିଦ୍ ଧରି ପାରିବେ ନାହିଁ ଏବଂ ପେନସନକୁ ମନା କରିପାରିବେ ନାହିଁ ।’

Get real time updates directly on you device, subscribe now.