fbpx

କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ; ବୋମ୍ମାଇଙ୍କ ମୁଣ୍ଡରେ ସୁନାକଳସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଦେଖା ଦେଇଥିବା ସଙ୍କଟର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ଭାବରେ ବାସଭରାଜ ବୋମ୍ମାଇଙ୍କ ନାମରେ ମୋହର ବାଜିଛି । ବି ଏସ୍ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବରେ ବୋମ୍ମାଇଙ୍କୁ ଚୟନ କରାଯାଇଥିବା ବେଳେ ସେ ଖୁବ ଶୀଘ୍ର ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଲିଙ୍ଗାୟତ ସମ୍ପ୍ରଦାୟର ଏହି ନେତା କର୍ଣ୍ଣାଟକର ଗୃହମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ୟେଦ୍ୟୁରପ୍ପାଙ୍କ ଘନିଷ୍ଠ ସହଯୋଗୀ ରହିଥିବା ବୋମ୍ମାଇ ଜନତା ଦଳର ସଦସ୍ୟ ରହିଥିବା ବେଳେ୨୦୦୮ରେ ସେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ପିତା ଏସ ଆର ବୋମ୍ମାଇ ମଧ୍ୟ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ।

ସନ୍ଧ୍ୟା ୭ଟାରେ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ତଥା ନବନିଯୁକ୍ତ କର୍ଣ୍ଣାଟକ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ଓ ଅରୁଣ ସିଂ ଯୋଗ ଦେଇଥିଲେ । ବୈଠକରେ ୟେଦ୍ୟୁରପ୍ପା ହିଁ ବାସଭରାଜ ବୋମ୍ମାଇଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ।

Get real time updates directly on you device, subscribe now.