ଓଡ଼ିଶା ଭାସ୍କର: ଖାଦ୍ୟ ପଦାର୍ଥକୁ ଅଧିକ ଦିନ ବ୍ୟବହାର କରିବା ପାଇଁ ଲୋକେ ଫ୍ରିଜର ବ୍ୟବହାର କରନ୍ତି । କିନ୍ତୁ ଦିନ ତମାମ ଲୋକମାନେ ଫ୍ରିଜକୁ ଅନ୍ କରି ରଖନ୍ତି । କିନ୍ତୁ କିଛିଜଣ ମଝିରେ ମଝିରେ ବିଜୁଳି ବିଲ୍ କମେଇବା ପାଇଁ ଫ୍ରିଜ ବନ୍ଦ କରିଦିଅନ୍ତି । ବେଶୀ ସମୟ ଅନ୍ ରହିବା ଦ୍ୱାରା ଫ୍ରିଜ୍ ଗରମ୍ ହୋଇଯାଏ, ଏହାକୁ ଥଣ୍ଡା କରିବା ପାଇଁ କିଛି ଜଣ ଫ୍ରିଜ୍କୁ ଅଳ୍ପ ସମୟ ପାଇଁ ଅଫ୍ କରନ୍ତି । କିନ୍ତୁ ଏମିତି ଫ୍ରିଜ୍ ଅଫ୍ ଅନ୍ କରିବା ଦ୍ୱାରା ଫ୍ରିଜ୍ ଜଲଦି ଖରାପ ହେବାର ସମ୍ଭାବନା ଅଛି । ଯେଉଁ କାରଣରୁ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ଫ୍ରିଜକୁ ବନ୍ଦ କରିବା ଜରୁରୀ ।
ଯଦି ଆପଣଙ୍କୁ ଲାଗୁଛି, ଫ୍ରିଜକୁ ଗୋଟିଏ ଦିନ କିମ୍ବା ଘଣ୍ଟାଏ ବନ୍ଦ କରିଦେଲେ, ଫ୍ରିଜ୍ ଖରାପ ହେବନାହିଁ, ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ ତେବେ ଆପଣ ନିହାତି ଭାବେ ଭୁଲ୍ । ଫ୍ରିଜରେ ଅଟୋ କଟ୍-ଅଫ୍ ଫିଚର ରହିଛି, ଆବଶ୍ୟକ ପଡ଼ିଲେ, ଫ୍ରିଜ ଆପେ ଆପେ ଅଫ୍ ହୋଇଯାଏ । ଏଥିରେ ଫ୍ରିଜ୍ ବନ୍ଦ କରିବାର ଆବଶ୍ୟକତା ପଡ଼ି ନ ଥାଏ ।ଫ୍ରିଜରେ ଲାଗିଥିବା ଟେମ୍ପରେଚର ସେଣ୍ଟର ନିଜେ ଫ୍ରିଜକୁ କୁଲିଂ କରିବା ପରେ ପାୱାର୍ କଟ୍ କରିଦିଏ । ଯାହାଫଳରେ ଫ୍ରିଜରେ କୌଣସି ଓଭର ଲୋଡ୍ ମଧ୍ୟ ପଡେନାହିଁ । ଫ୍ରିଜକୁ କେବଳ ରିପେୟାରିଂବେଳେ ବନ୍ଦ କରିବା ଦରକାର । ଯଦି ଆପଣ ମାସକ ପର୍ଯ୍ୟନ୍ତ ଘରେ ରହୁ ନାହାନ୍ତି କି ଅଧିକ ଦିନ ଘର ବାହାରକୁ ଯାଉଛନ୍ତି ତେବେ ସେ ସମୟରେ ଫ୍ରିଜ୍ ବନ୍ଦ କରିବା ଆବଶ୍ୟକ ହୋଇଥାଏ ।