fbpx

ମଧ୍ୟ-ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଜଣେ ବିଧାୟକ ପ୍ରାର୍ଥୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦୁନିଆରେ ଠକାମି ଚରମସୀମାରେ ପହଞ୍ଚି ଗଲାଣି । ଅନେକ ବ୍ୟକ୍ତି ରାଜନୈତିକ ବ୍ୟକ୍ତିଙ୍କ ନାମରେ କିଛି ବେଆଇନ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ରାଜନେତା ମଧ୍ୟ ଏପରି କୁକାର୍ଯ୍ୟରେ ଲିପ୍ତ ରହୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଏକ ଜାତୀୟ ରାଜନୈତିକ ଦଳର ସକ୍ରିୟ ଯୁବନେତା ଗିରଫ ହୋଇଛନ୍ତି । ସେ ନିଜକୁ ରାଜନେତାର ପରିଚୟ ଦେବା ସହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଭୁବନେଶ୍ୱରର ବାପୁଜୀ ନଗର ଅଞ୍ଚଳରୁ ଏହି ଯୁବନେତାଙ୍କୁ ପୋଲିସ ଗିରଫ କରିଛି । ଏହି ନେତା ଜଣଙ୍କ ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ-ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ଓ ପରାଜୟ ବରଣ କରିଥିଲେ ।

ଏଥିସହିତ ସେ ବିଭିନ୍ନ ସାମାଜିକ ସଂଠନର ସାଧାରଣ ସମ୍ପାଦକ ଓ ସଭାପତି ଭଳି ଉଚ୍ଚ ପଦରେ ରହିଥିବା ଜଣାପଡ଼ିଛି । ବାଲିପାଟଣା ଅଞ୍ଚଳର ଜଣେ ମହିଳା ଏହି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ନେତା ଜଣଙ୍କ କିଛି ମାସ ପୂର୍ବରୁ ଜଣେ ମହିଳାଙ୍କୁ ପ୍ରଲୋଭିତ କରି ଲିଗାଲ ହାୟର ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ମହିଳାଙ୍କଠାରୁ ସେ ୫୦ ହଜାର ଟଙ୍କା ନେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସାର୍ଟିିଫିକେଟ ଦେବାରେ ବିଳମ୍ବ ହେବାରୁ ମହିଳା ଜଣଙ୍କ ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ମହିଳାଙ୍କୁ ନେତା ଜଣଙ୍କ ଅନେକ ସମୟରେ ରାସ୍ତାଘାଟରେ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.