fbpx

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ବିସିସିଆଇ, ଦାନ କରିବ ୧୦ ଲିଟର ବିଶିଷ୍ଟ ୨୦୦୦ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସଂପ୍ରତି ଦେଶରେ କରୋନା ପରିସ୍ଥିତି ଭୟାନକ ପରିସ୍ଥିତି ସୃଷ୍ଟି କରି ଚାଲିଥିବା ବେଳେ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଛି । ମୁଖ୍ୟତଃ କରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଥିବା ସବୁଠାରୁ ଚିନ୍ତାର କାରଣ ହୋଇଛି । ଦେଶର ସମସ୍ତ ଭାଗରେ ଏହି ସମସ୍ୟା ଲାଗି ରହିଛି । ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲବୋର୍ଡ (ବିସିସିଆଇ) ଦେଶର ବିଭିନ୍ନ ଭାଗକୁ୧୦ ଲିଟର ବିଶିଷ୍ଟ ୨୦୦୦ କନସେଣ୍ଟ୍ରେଟେର ଯୋଗାଇବାକୁ ଘୋଷଣା କରିଛି ।

 

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଦେଶରେ ଉପୁଜିଥିବା ଏପରି ସଙ୍କଟ ପରିସ୍ଥିତିରେ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ । ନଚେତ କରୋନା ଯୁଦ୍ଧରେ ଆମେ କଦାପି ସଫଳ ହୋଇ ପାରିବା ନାହିଁ । ତେଣୁ ବିସିସିଆଇ ବର୍ତ୍ତମାନ ଏହି ପରିସ୍ଥିତିକୁ ଅନୁଭବ କରି ପାରିଛି । କାରଣ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ନିହାତି ଆବଶ୍ୟକ । ଦେଶର ସମସ୍ତ ଅଞ୍ଚଳରେ ଏହି ଅଭାବ ଦୂର କରିବା ଅତ୍ୟନ୍ତ ଜରୁରି । ସେହିପରି କରୋନା ମୁକାବିଲା ପାଇଁ ସମସ୍ତେ ଟିକା ନେବା ଅତି ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବିସିସିଆଇ ସେକ୍ରେଟାରୀ ଜୟନ୍ତ ଶାହା ।

Get real time updates directly on you device, subscribe now.