fbpx

ଏବେଠୁ ହୋଇଯାଆନ୍ତୁ Alert! ଶୀତ ସହ ଫେରୁଛି କରୋନା ଲହର: ସଂକ୍ରମଣକୁ ନେଇ ବଢିଲା ଟେନସନ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ତଳକୁ ଖସିବା ସାଙ୍ଗକୁ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି । ତେବେ ଏହି ଶୀତଋତୁ ସହିତ ଦେଶରେ କରୋନା ମଧ୍ୟ ଫେରିଆସିଛି । ଦେଶର ବିଭିନ୍ନ କୋଣରେ ପୁଣିଥରେ କରୋନା ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛି । ତେବେ ସାରା ଦେଶରେ ବଢୁତିବା ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଯାଇଛି । ତେଣୁ ଦେଶବାସୀଙ୍କୁ କରୋନା ପ୍ରତି ଏବେଠାରୁ ସଜାଗ ହେବାକୁ ପରାମର୍ଶ ଦିଆଯୋଇଛି ।

ଗତ କିଛି ମାସରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍ ହୋଇଛି । ତେଣୁ ଅନେକ ଲୋକ ମାନି ନେଇଛନ୍ତି ଯେ, ଦେଶରୁ କରୋନା ସଂକ୍ରମଣ ଶେଷ ହୋଇଯାଇଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଏହାକୁ ନେଇ ପୁଣିତରେ ଭୟ ସୃଷ୍ଟି କରିଛି । କାରଣ ବର୍ତ୍ତମାନ କରୋନାର ଏକ ନୂଆ ଭାରିଆଣ୍ଟ ଦେଶରେ ପଦାର୍ପଣ କରିସାରିଛି । ଆମେରିକାରେ କରୋନାର ଏକ ନୂଆ ସବ୍-ଭାରିଆଣ୍ଟ ଜେ.ଏନ.୧ ଚିହ୍ନଟ ହୋଇଥିଲା । କିନ୍ତୁ ବର୍ତ୍ତମାନ କେରଳରେ ମଧ୍ୟ ଏହି ଭାରିଆଣ୍ଟ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ତେବେ ଆମେରିକାରେ ନୂଆ କୋଭିଡ ଭାରିଆଣ୍ଟ ଆସୁଥିବା ବେଳେ ଦେଶ ଏଚଭି.୧ ଭାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ ଜାରି ରଖିଛି । ତେଣୁ ଭାରତର ଲୋକମାନଙ୍କୁ ମଧ୍ୟ ଏବେଠାରୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଭାରତର ସ୍ୱାସ୍ଥ୍ୟ ବିଭାଗ ।

ରିପୋର୍ଟ ଅନୁସାରେ, ଜେଏନ.୧ ହେଉଛି ପିରୋଲା କିମ୍ବା ବିଏ. ୨.୮୬ ଫ୍ୟାମିଲିର ଭାରିଆଣ୍ଟ । ରାଜ୍ୟରେ ଏହି ଭାରିଆଣ୍ଟର ପ୍ରଥମ ମାମଲା କେରଳର ସ୍ୱାସ୍ଥ୍ୟ ବିଭାଗ ପ୍ରତି ଚିନ୍ତା ବଢାଇ ଦେଇଛି । ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ତେବେ ଦେଶରେ ବର୍ତ୍ତମାନ ୯୩୮ ଜଣ କରୋନା ରୋଗରେ ପୀଡ଼ିଥ ତିବା ବେଳେ କେରଳରୁ ହିଁ ୭୬୮ ଜଣ ସଂକ୍ରମିତ ରହିଛନ୍ତି । ଗତ ଅଗଷ୍ଟ ମାସରେ ଏହି ଭାରିଆଣ୍ଟର ପ୍ରଥମ ଆକ୍ରାନ୍ତ ୟୁରୋପରେ ଚିହ୍ନଟ ହୋଇଥିଲା ।

Get real time updates directly on you device, subscribe now.