fbpx
BJD SKY
BJD SKY

ଭାରି ପଡିଲା ବିବାହ ଭୋଜି, ମଣ୍ଡପରୁ ବର ସହିତ ୮୦ ବରଯାତ୍ରୀ ହେଲେ ହସ୍ପିଟାଲରେ ଆଡମିଟ୍‌

BJD

ନାଗପୁର : ମହାରାଷ୍ଟ୍ର ନାଗପୁରରେ ଏକ ବିବାହ ଭୋଜିରେ ଖାଇବା ଅତିଥିଙ୍କୁ ଭାରି ପଡିଯାଇଛି । ଖାଦ୍ୟ ଖାଇବା ପରେ ୮୦ ଜଣ ଲୋକ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏବେ ଏମାନେ ସମସ୍ତେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏତେସଂଖ୍ୟାରେ ଲୋକମାନେ ଅସୁସ୍ଥ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଖେଳାଇ ଦେଇଛି ।

ନାଗପୁର ସହର ବାହାରେ ଥିବା ଏକ ହୋଟେଲରେ ଆୟୋଜିତ ବିବାହ ସମାରୋହରେ ବିଷାକ୍ତ ଖାଦ୍ୟ ଖାଇ ୮୦ ଜଣ ଅସୁସ୍ଥ ହୋଇପଡିଥିଲେ । ଏହି ଘଟଣା ୧୦ ଡିସେମ୍ବରରେ ହୋଇଥିଲା । ଏହାପରେ ବର ପିତା ହୋଟେଲ୍ ପରିଚାଳକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଓ ଅଭିଯୋଗରେ ଦର୍ଶାଇଥିଲେ କି ଭୋଜିରେ ଦିଆଯାଇଥିବା ଖାଦ୍ୟ ବାସି ଥିଲା ଓ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା ।

କମଲେଶ୍ୱର ପୋଲିସର ସୂଚନା ଅନୁଯାୟୀ ଅଭିଯୋଗ କର୍ତ୍ତା କୈଳାସ ବାତ୍ରା ନିଜ ପୁଅର ବିବାହ ଓ ପ୍ରୀତିଭୋଜି ଲାଗି ନାଗପୁରରେ ଅମରାବତୀ ରୋଡ୍ ସ୍ଥିତ ରାଜସ୍ଥାନୀ ଗାଓଁ ଥିମ୍ ବିଶିଷ୍ଟ ହୋଟେଲକୁ ୨ ଦିନ ଲାଗି ବୁକ୍ କରାଇଥିଲେ । ହୋଟେଲରେ ବର ଓ ବହୁ ଅତିଥି ଖାଦ୍ୟ ଖାଇବା ପରେ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ମଧ୍ୟରାତିରେ ପ୍ରାୟ ୮୦ ଜଣ ବ୍ୟକ୍ତି ଖାଦ୍ୟ ଖାଇବା ପରେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ଏବେ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୋଲିସ ଏହି ଘଟଣାରେ ହସ୍ପିଟାଲରେ ଭର୍ତ୍ତି ଲୋକମାନଙ୍କର ବୟାନ ରେକର୍ଡ କରୁଛି । ମେଡିକାଲ୍ ରିପୋର୍ଟ ଆସିବା ପରେ ହୋଟେଲ ପରିଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.