fbpx

ସାବଧାନ୍! ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଉଛନ୍ତି କି? ହୋଇପାରେ ଏମିତି ସମସ୍ୟା…

ଓଡ଼ିଶା ଭାସ୍କର: ଅନେକ ଲୋକ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଔଷଧ ଖାଇବା ଭଳି ଅଭ୍ୟାସରେ ପଡ଼ିଥାଆନ୍ତି । କିନ୍ତୁ ଏହା ଅତି ବିପଦଜନକ ହୋଇପାରେ । ଖାଦ୍ୟ ଖାଇବା ପରେ ପରେ ଔଷଧ ଖାଇବା ଅନେକ ସମସ୍ୟାର କାରଣ ସାଜିପାରେ । ତେଣୁ ଏସବୁ ପ୍ରତି ସାବଧାନ୍ ରହିବା ଉଚିତ୍ । ଭୁଲରେ ବି କେବେ ଏହି ଭୁଲ କରନ୍ତୁ ନାହିଁ । ଏହା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ କ’ଣ…

ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଯାୟୀ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଏହାପରେ ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଇଥାନ୍ତି । ଆମେ ଖାଉଥିବା ଖାଦ୍ୟରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି । ଯାହା ଔଷଧକୁ ପ୍ରଭାବିତ କରିପାରେ । ଏହି କାରଣରୁ ଖାଦ୍ୟ ଖାଇବା ପରେ ସାଙ୍ଗେ ସାଙ୍ଗେ ଔଷଧ ଖାଇବା ଅନୁଚିତ । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇବାର ୧୦-୧୫ ମିନିଟ ପରେ ଔଷଧ ଗ୍ରହଣ କରିବା ଉଚିତ । ଖାଇବା ପରେ ତୁରନ୍ତ ଔଷଧ ନେବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଏପରି କରିବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣକୁ ପ୍ରଭାବିତ କରିଥାଏ । ଏହି କାରଣରୁ ଶରୀରରେ ଔଷଧର ପ୍ରଭାବ କମିଯାଏ ।

ଖାଦ୍ୟ ଓ ପାନୀୟ ଆମ ଶରୀର ଉପରେ ବହୁତ ପ୍ରଭାବ ପକାଏ । ଯେତେବେଳେ ଔଷଧ ଓ ଖାଦ୍ୟର ମିଶ୍ରଣ ଶରୀରରେ ଠିକ୍ ଭାବେ ହୁଏ ସେତେବେଳେ ଶରୀର ଶୀଘ୍ର ସୁସ୍ଥ ହୋଇଥାଏ । ଯେ କୌଣସି ରୋଗରୁ ମୁକ୍ତି ପାଇବାରେ ଖାଦ୍ୟ ପ୍ରମୁଖ ଭୂମିକା ଗ୍ରହଣ କରେ । ସୁସ୍ଥ ଖାଦ୍ୟ ଶୀଘ୍ର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କୌଣସି ଏକ ରୋଗରୁ ସୁସ୍ଥ ହେଉଛନ୍ତି ତେବେ ଜଣେ ଡାଏଟିସିଆନଙ୍କ ସାହାଯ୍ୟରେ ଏକ ଡାଏଟ ଚାଟ୍ ପ୍ରସ୍ତୁତ କରି ସେହି ହିସାରେ ଖାଦ୍ୟ ପାନୀୟ ଠିକ୍ ରଖିବେ । ଏବଂ ଔଷଧ ମଧ୍ୟ ସେହି ଅନୁସାରେ ଖାଇବେ । ଏହା ଦ୍ୱାରା ଆପଣ ସର୍ବଦା ସୁସ୍ଥ ରହିବେ ।

Get real time updates directly on you device, subscribe now.