fbpx

ସାବଧାନ୍! ଆଗକୁ ଆସୁଛି ପ୍ରବଳ ବର୍ଷା: Alert ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି ପାଣିପାଗ । ପ୍ରବଳ ଥଣ୍ଡାରୁ ଏବେ ମୁକ୍ତି ପାଇଛନ୍ତି ଦେଶବାସୀ । ଦୋରେ ବର୍ତ୍ତମାନ ତାପମାତ୍ରାରେ ବୃଦ୍ଧି ରେକର୍ହ କରାଯାଇଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନକୁହୁଡ଼ି ଲାଗି ରହିଛି । ଏହାବ୍ୟତୀତ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ହାଲକା ବର୍ଷା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ତାପମାତ୍ରା ବୃଦ୍ଧି ପାଇ ୧୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ତେବେ ବର୍ତ୍ତମାନ ଆଗାମୀ ଦିନଗୁଡ଼ିକୁ ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀରେ ଆଜି ସାଧାରଣତଃ ବାଦଲ ଛାଇ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

ପାଣିପାଗ ବିଭାଗ ଅନୁସାରେ, ରାଜଧାନୀ ଦିଲ୍ଲୀ ବ୍ୟତୀତ ଜାମ୍ମୁ କାଶ୍ମୀର, ହିମାଚଳ, ହରିୟାଣା, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର କିଛି ସ୍ଥାନରେ ଝଡ଼ ତୋଫାନ ହେବା ସହ ବଜ୍ରପାତ ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ କେନ୍ଦ୍ର । ତେବେ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡୀଗଡ଼ରେ ୩୦-୪୦ ମିଲ ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ହିମାଚଳ ପ୍ରଦେଶରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ।

ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବରଫ ପଡ଼ିଥିବା ରେକର୍ଡ ହୋଇଥିବା ବେଳେ ରାଜ୍ୟର ମଧ୍ୟ ତଥା ପାହାଡ଼ି ଇଲାକାରେ ଭିନ୍ନ ଭିନ୍ନ ସ୍ଥାନରେ ତୁଷାରପାତ ହୋଇପାରେ । ସେହିପରି ତଳୁଆ ଅଞ୍ଚଳଗୁଡ଼ିକ ପାଇଁ ପାଣିପାଗ ବିଭାଗ ବଜ୍ରପାତ ସହ କୁଆପଥର ମାଡ଼ ହେବାର ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ପୂର୍ବନୁମାନ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଆଜି ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ରହିବା ନେଇ ଅନୁମାନ କରାଯାଉଛି । ଏହାପୂର୍ବରୁ ଗତକାଲି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଯାଇଥିଲା ।

Get real time updates directly on you device, subscribe now.