fbpx

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ସାବଧାନ : ଫାଇଦା ବଦଳରେ ହୋଇପାରେ କ୍ଷତି

ନୂଆଦିଲ୍ଲୀ : ସବୁ ସମୟରେ କୁହାଯାଉଛି ସୁସ୍ଥ ରହିବା ପାଇଁ ହେଲେ ଅଧିକ ପାଣି ପିଇବାକୁ ପଡ଼ିବ । କାରଣ ଅଧିକ ପାଣି ପିଇବା ଦ୍ୱାରା କେବଳ ଡିହାଇଡ୍ରେଶନରୁ ହିଁ ବଞ୍ଚିତ ହେବେ ନାହିଁ, ଏହା ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗୋଟିଏ ଦିନରେ ୩-୪ ଲିଟର ପାଣି ପିଇବା ଉଚିତ । କମ ପାଣି ପିଇବା ଦ୍ୱାରା ଡିହାଇଡ୍ରେଶନ, କିଡନୀରେ ସ୍ଟୋନ ଏବଂ ଆଖିରେ ସୁଖିଲା ପଣ ଭଳି ସମସ୍ୟା ଦେଖାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ଅଧିକ ପାଣି ପିଇବାର ସାଇଡ ଇଫେକ୍ଟ ……

ସ୍ୱାସ୍ଥ୍ୟର ବିଶେଷଜ୍ଞଙ୍କ କହିବା ଅନୁଯାୟୀ,ପ୍ରତ୍ୟେକ ଦିନ ପାଣି ପିଇବାର କିଛି ସଠିକ ପରିମାଣ ନାହିଁ । ସାଧାରଣତଃ ଗୋଟିଏ ଦିନରେ ୩-୪ ଲିଟର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଉଛି । ଏହି ମାତ୍ରା ଶରୀର ପାଇଁ ସଠିକ ମନେକରାଯାଉଛି । କିନ୍ତୁ ବ୍ୟାୟାମ,ଖାଦ୍ୟପାନୀୟ,ସ୍ୱାସ୍ଥ୍ୟ ଏବଂ ଗର୍ଭଧାରଣ କରିବା ପରିସ୍ଥିତିରେ ପାଣି ପିଇବାର ମାତ୍ରା ଅଲଗା ଅଲଗା ହୋଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ପାଣି ପିଉଛନ୍ତି ତେବେ ଆପଣଙ୍କୁ ଜଳ ବିଷାକ୍ତ ଜନିତ ସମସ୍ୟା ହୋଇପାରେ । ଏମିତିରେ କିଡନିର କାମ ଅଧିକ ବଢିଯାଏ । ଏଥିଯୋଗୁଁ ଶରୀରରେ ଇଲେକ୍ଟ୍ରୋଲାଇଟସ ବହୁତ ପତଳ ହୋଇଯାଏ ।

ହାଇପୋନାଟ୍ରେମିଆର ସଂଙ୍କେତ : ଓଭରହାଇଡ୍ରେଶନର ଆରମ୍ଭରେ ଏହା ଜାଣିପାରିବା କଷ୍ଟକର । କିନ୍ତୁ ବାରମ୍ବାର ବାରମ୍ବାର ପିସାବ ଯିବା ଏହାର ସଂଙ୍କେତ ବୋଲି ମନେକରାଯାଏ । ଯଦି ଜଳ ବିଷାକ୍ତ ପାଇଁ ହାଇପୋନାଟ୍ରେମିଆ ହେଉଛି, ତେବେ ଏହାର ଅନେକ ସାଇଡ ଇଫେକ୍ଟ ରହିଥାଏ ।

ହାଇପୋନାଟ୍ରେମିଆର ସାଇଡ ଇଫେକ୍ଟ :
୧. ବାନ୍ତି ହେବା
୨. ମୁଣ୍ଡ ବିନ୍ଧା
୩. ମାନସିକ ସ୍ଥିତିରେ ପରିବର୍ତ୍ତନ, ଦ୍ୱନ୍ଦ୍ୱ ଏବଂ ବିଭ୍ରାନ୍ତ
୪. ବାରମ୍ବାର ପିସାବ ଯିବା
୫. ପେଟ ଫୁଲିବା

Get real time updates directly on you device, subscribe now.