ଅଧିକ ପାଣି ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ!

ଶରୀର ପାଇଁ ପାଣି ପିଇବା ବେଶ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ପାଣି ପିଇବା ଦ୍ୱାରା କଣ ସମସ୍ୟା ହୋଇଥାଏ ।
-ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀରରେ ରକ୍ତରେ ଥିବା ଲୁଣ ଅଂଶ କମିଯାଇଥାଏ ।

-ସବୁଠୁ ଜରୁରୀ କଥା ହେଲା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ । ପାଣି ପିଇବା ଦ୍ୱାରା ହଜମ ଠିକ୍ ସେ ହୋଇପାରି ନଥାଏ । ହଜମ ନହେଲେ ପେଟ ଜନିତ ସମସ୍ୟା ଉପୁଜିଥାଏ । ଖାଇବାର ୧୫ମିନିଟ ପରେ ପାଣି ପିଅନ୍ତୁ ।
-ଯେତେ ବେଳେ ବଦହଜମି ହୋଇଥାଏ ଲୋକମାନେ ଆବଶ୍ୟକତାଠାରୁ ଅଧିକ ପାଣି ପିଇଥାନ୍ତି । ଯାହାଫଳରେ ମୁଣ୍ଡବିନ୍ଧା, ବାନ୍ତି ର ଶିକାର ହୋଇଥାନ୍ତି ।
-ଯେତେବେଳେ କମ ସମୟ ବ୍ୟବଧାନରେରେ ଜଣେ ବ୍ୟକ୍ତି ଅଧିକରୁ ଅଧିକ ପାଣି ପିଇଥାଏ ସେତେବେଳେ କିଡ଼ନୀ ଉପରେ ପ୍ରଭାବ ପଡ଼ିଥାଏ । କାରଣ -ସହଜରେ କିଡ଼ନୀ ଶରୀର ବାହାରକୁ ପାଣିକୁ ବହାର କରିପାରି ନଥାଏ । ସେତେବେଳେ ଶରୀରର ବିଭିନ୍ନ କୋଷଗୁଡ଼ିକରେ ପାଣି ଜମିଯାଇଥାଏ ଓ ଶରୀର ଫୁଲିବାକୁ ଲାଗିଥାଏ ।
-ଅଧିକ ପାଣି ପିଇବା ଦ୍ୱାରା ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ ଯାହାଫଳରେ ନିଦ ପୁରା ହୋଇନଥାଏ । ନିଦ ପୁରା ନହେଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।