fbpx

ମାସ୍କ ପିନ୍ଧିବା ଓ କିଣିବା ସମୟରେ ହୁଅନ୍ତୁ ସାବଧାନ, ନଚେତ୍….

ସାରା ଦେଶ ବର୍ତ୍ତମାନ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି । ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ଓ ସଟଡାଉନ ଲାଗୁ କରିବା ସହ ଭ୍ୟାକ୍ସିନ ମଧ୍ୟ ଯୋଗାଇ ଦେଉଛନ୍ତି । ଏଥିସହ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ କୁହାଯାଉଛି । ତେବେ ଆପଣମାନେ ଜାଣିଛନ୍ତି କି ମାସ୍କ ପିନ୍ଧିବା ସମୟରେ ସାମାନ୍ୟ ଅସାବଧାନତା ଆପଣଙ୍କ ଜୀବନ ନେଇପାରେ । ଆସନ୍ତୁ ଜାଣିବା ସେ ବିଷୟରେ:-

– ସର୍ବଦା ମାସ୍କ କିଣିବା ସମୟରେ ଏକାଧିକ ପରଦା ବିଶିଷ୍ଟ ମାସ୍କ କିଣନ୍ତୁ । ଏଥିରେ ସଂକ୍ରମଣର ଆଶଙ୍କା କମ ରହିଥାଏ । ମାସ୍କ ଦ୍ୱାରା ମୁହଁ ଓ ନାକ ସମ୍ପୂର୍ଣ୍ଣ ଭାବରେ କଭର ହେବା ଆବଶ୍ୟକ । ମୁହଁ, ନାକ ଓ ଓଠ ମଧ୍ୟରେ ଯେପରି କୌଣସି ଗ୍ୟାପ୍ ନ ରହିବ, ସେଥିପାଇଁ ଧ୍ୟାନ ଦେବା ନିହାତି ଆବଶ୍ୟକ ।

– ମାସ୍କ ପିନ୍ଧିବା ସମୟରେ ସବୁବେଳେ ଟାଇଟ୍ କରି ପିନ୍ଧିବାକୁ ଚେଷ୍ଟା କରନ୍ତୁ । କାରଣ ହାଲୁକା ଭାବେ ପିନ୍ଧିଲେ ବାହାରର ବାୟୁ ସହଜରେ ନାକ ଭିତରକୁ ପ୍ରବେଶ କରିପାରେ । ଏହାଛଡ଼ା ଛୋଟ ପିଲାଙ୍କ ପାଇଁ ସର୍ବଦା ଫିଟ୍ ହେଉଥିବା ମାସ୍କ କିଣନ୍ତୁ ।

– ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ମାସ୍କକୁ ପରିଧାନ କରିବା ଅନୁଚିତ । ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଭଲଭାବେ ସାନିଟାଇଜିଂ କରିବାକୁ ଭୁଲନ୍ତୁ ନାହିଁ । ପିନ୍ଧିଥିବା କୌଣସି ମାସ୍କକୁ ବାରମ୍ବାର ସ୍ପର୍ଶ କରି ସଜାଡ଼ିବା ଅପେକ୍ଷା ତାହା ପରିତ୍ୟାଗ କରି ନୂଆ ମାସ୍କ ପିନ୍ଧିବା ଉଚିତ ।

Get real time updates directly on you device, subscribe now.